ଗତ ୨୯ ତାରିଖରେ ପାଖର ଗ୍ରମରେ ଚୋରି ଘଟଣାରେ ସୋର ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା ସମେତ ଗହଣା ଓ ୨ଟି ବାଇକ ଜବତ କରିଛି। ଏନେଇ ସୋର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ରାଜ କୁମାର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତ ଡିସେମ୍ବର ୨୯ତାରିଖ ରେ ସୋର ଥାନା ପାଖର ପଞ୍ଚାୟତ ସରସ୍ୱତୀପୁର ଗ୍ରମର ଭୋଳାନାଥ ପୁହାଣ ନିକଟରେ ପଡ଼ିଥିବା ମହୋତ୍ସବ ଦେଖିବାକୁ ଯାଇଥିଲେ। ମାତ୍ର ସେଠାରୁ ଫେରିବା ପରେ ତାଙ୍କ ଘରୁ ୨ ଲକ୍ଷ ୫୦ ହଜାର ଟଙ୍କା, ୩୦ ଭରି ସୁନା ଓ ୩୨ ଭରି ରୂପା ଚୋରି ହୋଇଥିବା ଜାଣିବାକୁ ପାଇ ସୋର ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ୧୦୮୭/୨୪ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବିଭିନ୍ନ ଆଧାରକୁ କେନ୍ଦ୍ର କରି ପୁଲିସ ଏଥିରେ ସପୃକ୍ତ ୨ ଜଣ ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ସାବରପୁର ଗ୍ରାମର ଶେଖ ରିଆଉଦ୍ଦିନ୍ ଓ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ସାହାସପୁରା ଗ୍ରାମର ସଲିମ ସାହାଙ୍କ ସମେତ ୪ ଜଣ ସହଯୋଗୀ ଗିରଫ କରିଥିଲେ। ଆଜି ସଂଧ୍ୟାରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୨୦୪୦୦ ଟଙ୍କା,୯୦ ଗ୍ରାମ ସୁନା ୬ଟି ମୋବାଇଲ ଫୋନ,୬୬୫ ଗ୍ରାମ ରୂପା ଓ ୨ଟି ବାଇକ ଜବତ କରାଯାଇଛି। ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମା ଥିବା ବେଳେ ଶେଖ ରିଆଉଦ୍ଦିନ ନାଁରେ ୮ଟି ଓ ସଲିମ ସାହା ନାଁରେ ୫ଟି ଅପରାଧିକ ମାମଲା ଥିବା ସୂଚନା ମିଳିଛି।
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।