MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନ ତରଫରୁ ସୀମା ସୁରକ୍ଷା ବଳର ୬୦ ତମ ବୃଦ୍ଧି ଦିବସ ପାଳନ ହୋଇଯାଇଛି l

ଏଥିରେ ସ୍ଥାନୀୟ ୧୩୬ ସୀମା ସୁରକ୍ଷା ବାହିନୀ ବାଟାଲିୟନର କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଓ ଅନ୍ୟ ଅଧିକାରୀ ତଥା ବାହିନୀର ଜବାନ ମାନଙ୍କ ଉପସ୍ଥିତ ରେ କମାଣ୍ଡାଣ୍ଟ ଶ୍ରୀପଣ୍ଡା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଦେଶ ପାଇଁ ଉତ୍ସାହର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଦେଶର ପ୍ରଥମ ଲାଇନରେ କାର୍ଯ୍ୟ କରୁଥିବା ସୀମା ସୁରକ୍ଷା ବାହିନୀ ଏହାର ସମସ୍ତ କାର୍ଯ୍ୟକୁ ଆଭ୍ୟନ୍ତରୀଣ କର୍ତ୍ତବ୍ୟରେ ମଧ୍ୟ ପ୍ରାଧାନ୍ୟ ଦେବା ସହ ସୀମା ସୁରକ୍ଷା ବଳର କର୍ମଚାରୀ ହୋଇଥିବାରୁ ନିଜେ ଗର୍ବ ଅନୁଭଵ କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରି ସୀମା ସୁରକ୍ଷା ବାହିନୀର ମନୋବଳ ବୃଦ୍ଧି କରାଇଥିଲେ l ଏଥିରେ ବାହିନୀର ସମସ୍ତ ଜବାନ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।