January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋଦଳା ଏନ ଏ,ସି ର ଦୁର୍ନୀତି ବିଷୟରେ ବାଜିଲା ନିୟୁଜ ପଡିଲା ପ୍ରଭାବ ରଦ୍ଦ ହେଲା ୬୨ଟି କାମ ।

ମିଛ ବିଲ କରି ଲକ୍ଷଲକ୍ଷ ଟଙ୍କା ଖାଇବା ପାଇଁ ଚଲାଇ ଥିଲେ ଯୋଜନା । ବାହାର କରିଥିଲେ ୬୨ ଟି ଟେଣ୍ଡେର l ସେଥି ମଧ୍ୟରୁ କିଛି କାମ ସରିଯାଇଥିବା ବେଳେ କିଛି କାମ ଦୁଇ ଥର ବାହାର କରିଥିଲେ । ଏନେଇ କାଉନସିଲର ଭଗବାନ ପାଢ଼ୀ ଅଭିଯୋଗ କରିବାସହ ବିଭିନ୍ନ ଗଣମାଧ୍ୟମ କୁ ଜଣାଇଥିଲେ ।

ଏହା ସହ ପିଡି ଦୁଡାଙ୍କ ନଜରକୁ ମଧ୍ୟ ଆଣିଥିଲେ । ଯାହା ଫଳରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତା ପଶିଥିଲା ଅଫିସର ଙ୍କ । ଗତ ୧୮ତାରିଖ ରେ ଚିଠି ନମ୍ବର ୪୧୦୨ରେ ଗୋଟେ କାମ ରଦ୍ଦ କରିବା ସହ ଗୋଟେ କାମର ନାମ ପରିବର୍ତନ କରିଥିଲେ । ବର୍ତମାନ ୨୮ ତାରିଖ ରେ ଚିଠି ନମ୍ବର ୪୧୭୫ ରେ ସମସ୍ତ କାମକୁ ରଦ୍ଦ କରାଯାଇଛି ।


ପ୍ରକାଶ ଥାଉକି ଏହି ୬୨ଟି କାମ ଭିତରୁ ଦଣ୍ଡେଶ୍ୱର ଗେଟ ଠାରୁ ନାମ ମନ୍ଦିର ପର୍ଯ୍ୟନ୍ତ ଫେବର, ଇଣ୍ଡୋର ଷ୍ଟାଡିୟମ ସାଇଡ ରେ ଫେବର କାମ ଓ ସବଜେଲ ନିକଟରେ ମାଟି ଫିଲିଙ୍ଗ କାମ ସରିଯାଇଥିବା ବେଳେ କିଛି କାମକୁ ଦୁଇ ଥର ବାହାର କରା ଯାଇଥିଲା ଏବଂ ଏନ ଏ, ସି ପରିସର ଭିତରେ ନ ଯାଉଥିବା କିଛି କାମ ର ମ‌‌ଧ୍ୟ ଟେଣ୍ଡର ବାହାର କରାଯାଇ ଥିଲା । ତଥା ମନ୍ଦିର କଲର କରିବା ମନ୍ଦିର ରେ ମାଟି ଫିଲିଙ୍ଗ କରିବା ସ୍କୁଲରେ ମାଟି ଫିଲିଙ୍ଗ କରିବା ମନ୍ଦିର ରେ ଫେବର ପକାଇବା ଭଳି ଅନେକ କାମ ରହିଛି |


ଏନେଇ କାଉନସିଲର ଶ୍ରୀ ପାଢ଼ୀ ସମସ୍ତ ଗଣମାଧ୍ୟମଙ୍କୁ ଧନ୍ୟବାଦ ଦେବାସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି କି ଡେରିରେ ହେଲେ ମଧ୍ୟ କାର୍ଯ୍ୟନୁଷ୍ଟାନ ନେଇଛନ୍ତି |ଶ୍ରୀ ପାଢ଼ୀ ଆଶା ରଖିଛନ୍ତି ଆଗାମୀ ଦିନରେ କୋଦଳା ଏନ ଏ, ସି ର ଯେକୌଣସି ଟେଣ୍ଡର ବାହାରିବ ଏନ ଏ, ସି ପରିସର ଭୁକ୍ତ ଥିବା ଟେଣ୍ଡର ବାହାରିବା ସହ ସରିଯାଇଥିବା କାମର ଟେଣ୍ଡର ଯେମିତି ନ ବାହାରିବ ଏବଂ ଯେକୌଣସି ଟେଣ୍ଡର ବାହାର କରା ଯାଉଛି ତାହାର ସମ୍ପୂର୍ଣ ତଥ୍ୟ ପେପର ରେ ଉଲେଖ କରାଯିବ |

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।