February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର, ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଲିଭିଲା ନିଆଁ l

ବାଲେଶ୍ୱର : ୨୨/୧୧/୨୪

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ଚହଳିମା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ l ଅଗ୍ନିକାଣ୍ଡରେ ରାଜେନ୍ଦ୍ର ଭଞ୍ଜଙ୍କର ୭ ବଖରା ଘର ପୋଡି ନଷ୍ଟ ହୋଇଯାଇଛି l

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ୟୁତ ସଟସର୍କିଟରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ଘର ଲୋକେ ଏକ ବିବାହ କାର୍ଯ୍ୟକୁ ଯାଇଥିଲେ କିନ୍ତୁ ଜଣେ ମହିଳା ଘରେ ରହିଥିଲେ l ତେବେ ମହିଳା ଜଣକ ନୂତନ ଘର କାମ ଚାଲୁଥିବା ସେ ମଧ୍ୟ ଘରେ ନଥିଲେ l ହଠାତ ଅଞ୍ଚଳଟି ଧୂଆଁ ମୟ ହୋଇଯାଇଥିଲା ତେବେ ବାହାରକୁ ଆସି ଦେଖିବା ବେଳକୁ ପ୍ରବଳ ମାତ୍ରାରେ ନିଆଁ ଲାଗିଥିବା ଦେଖିଥିଲେ l

ତେଣୁ ଗାଁ ଲୋକେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଆୟତ୍ତ କରିବା ଲୋକଙ୍କ ପକ୍ଷେ ସମ୍ଭବପର ନଥିଲା l ଦମକଳ ପହଞ୍ଚିବା ପରେ ନିଆଁ ଲିଭାଇବା କାର୍ଯ୍ୟ ଚାଲିଥିଲା l ତେବେ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବା ପାଇଁ ୨ ଘଣ୍ଟା ଲାଗିଥିଲା l ତେବେ ଗାଁ ଲୋକେ କିଛି ମାତ୍ରାରେ ଜିନିଷ ପତ୍ର ବାହାର କରିଥିବା ବେଳେ ଅନେକ ଜିନିଷ ନଷ୍ଟ ହୋଇଯାଇଛି l ଯାହାକୁ ନେଇ ଏବେ ପରିବାର ଲୋକେ ଭାଙ୍ଗିପଡିଛନ୍ତି l ତେବେ ତୁରନ୍ତ ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।