ମୋଟିଭି ଓଡିଶା : ୨୬/୦୫ : ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହୋଇଛି। ରାତି ୧ଟା ସୁଦ୍ଧା ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ଭୋଟହାର ଆପାତତଃ ୭୧% ରହିଛି। ୬ ଲୋକ ସଭା ଆସନ ମଧ୍ୟରୁ ଭୁବନେଶ୍ୱରରେ ୬୨%, କଟକରେ ୬୭.୩୬%, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୩.୩%, ପୁରୀରେ ୭୩.୮୧% ଏବଂ ସମ୍ବଲପୁରରେ ୭୬.୬୩% ମତଦାନ ହୋଇଛିି। ଏହି ପର୍ଯ୍ୟାୟରେ ଲୋକ ସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଭର୍ତ୍ତୃହରି ମହତାବ, ସଂତୃପ୍ତ ମିଶ୍ର, ସମ୍ବିତ୍ ପାତ୍ର, ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ମନ୍ମଥ ରାଉତରାୟ, ବିଧାନସଭାର ବହୁ ହେଭିଓ୍ବେଟ୍ଙ୍କ ସମେତ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍)ରେ ସିଲ୍ ହୋଇଛି। ୨୦୧୯ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର ଅଧିକ ରହିଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମତଦାନ ହାର ଆହୁରି ଅଧିକ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ ବେଗୁନିଆରେ ୭୧.୫%, ଭୁବନେଶ୍ୱର-ମଧ୍ୟ ଆସନରେ ୫୧.୧୯%, ଭୁବନେଶ୍ୱର-ଉତ୍ତରରେ ୫୧%, ଭୁବନେଶ୍ୱର-ଏକାମ୍ରରେ ୫୫.୬%, ଜଟଣୀରେ ୬୪.୩%, ଜୟଦେବରେ ୭୨.୬୪% ଏବଂ ଖୋର୍ଦ୍ଧାରେ ୭୨.୫୪% ମତଦାନ ହୋଇଛି। କଟକ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟହାରକୁ ଦେଖିଲେ ଆଠଗଡ଼ରେ ୫୯%, ବାଙ୍କୀରେ ୫୯.୧୭%, ବାରବାଟୀ-କଟକରେ ୪୨.୧%, ବଡ଼ମ୍ବାରେ ୫୭%, ଚୌଦ୍ୱାର-କଟକରେ ୪୨.୯%, କଟକ ସଦରରେ ୬୦% ଏବଂ ଖଣ୍ଡପଡ଼ାରେ ୬୩.୫% ରହିଛି। ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୭ ବିଧାନସଭା ଆସନ ମଧ୍ୟରୁ ଅନୁଗୋଳରେ ୫୭.୬%, ଢେଙ୍କାନାଳରେ ୫୩.୪୫%, ହିନ୍ଦୋଳରେ ୬୩.୫୨%, କାମାକ୍ଷାନଗରରେ ୫୪.୨%, ପାଲଲହଡ଼ାରେ ୭୩.୮୬%, ପରଜଙ୍ଗରେ ୬୩.୮୮% ଏବଂ ତାଳଚେରରେ ୬୪% ମତଦାନ ହୋଇଛି। କେନ୍ଦୁଝର ଲୋକ ସଭା କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ ଆନନ୍ଦପୁରରେ ୫୯.୧୫%, ଚମ୍ପୁଆରେ ୬୪.୧୪%, ଘସିପୁରାରେ ୬୨.୩%, କରଞ୍ଜିଆରେ ୬୧.୩୮%, କେନ୍ଦୁଝରରେ ୬୧.୩୬%, ପାଟଣାରେ ୬୫.୨୫% ଏବଂ ତେଲକୋଇରେ ୬୩.୫୧% ମତଦାନ ହୋଇଛି। ପୁରୀ ଲୋକ ସଭା ଆସନ ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ବ୍ରହ୍ମଗିରିରେ ଭୋଟହାର ୭୭% ହୋଇଥିବାବେଳେ ଚିଲିକାରେ ୭୧.୩୧%, ନୟାଗଡ଼ରେ ୫୯.୮%, ପିପିଲିରେ ୭୮%, ପୁରୀରେ ୫୬%, ରଣପୁରରେ ୬୦.୩% ଏବଂ ସତ୍ୟବାଦୀରେ ଭୋଟହାର ୬୨% ହୋଇଛି। ଏଥର ନିର୍ବାଚନରେ ଅନ୍ୟତମ ଚର୍ଚ୍ଚିତ ଲୋକ ସଭା ଆସନ ସମ୍ବଲପୁରର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟହାର ଯଥାକ୍ରମେ ଆଠମଲ୍ଲିକରେ ୬୬.୨%, ଛେଣ୍ଡିପଦାରେ ୬୫.୫%, ଦେବଗଡ଼ରେ ୬୭%, କୁଚିଣ୍ଡାରେ ୮୧.୩୮%, ରେଢ଼ାଖୋଲରେ ୬୬%, ରେଙ୍ଗାଲିରେ ୭୪.୯୩% ଏବଂ ସମ୍ବଲପୁରରେ ୬୩.୨% ରହିଛି।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।