ମୋ ଟିଭି ଓଡିଶା / ସୁନ୍ଦରଗଡ଼ :
ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟ ଯତରା (Jatara) ପଡ଼ିଆରେ 78 ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି। ଏହି ମହାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ ।
ଏହା ସହ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅସ୍ଥାଗୃହ , ଜିଲ୍ଲା କାରାଗାର , ବନ୍ଧପାଲି ସ୍ତିସ୍ଥ ସାର୍ଥକ ( ଅନ୍ଧ, ମୁକ ଓ ବଧିର)ସ୍କୁଲ ପରିଭ୍ରମଣ କରିବା ସହ ଏହି ଉତ୍ସବ ଅବସରରେ ଫଳ ଓ ମିଷ୍ଟାନ୍ନ ବିତରଣ କରି ଶୁଭେଚ୍ଛା ଜଣାଇଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।