January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଳିଙ୍ଗ ଭେଟେରାନ ଆସୋସିଏସନ ପକ୍ଷରୁ ୭୮ତମ ସ୍ବାଧିନତା ଦିବସ ପାଳିତ।

ମୋ ଟିଭି ଓଡିଶା / ଖୋର୍ଦ୍ଧା : ଦେଶ ଆଜି ପାଳନ କରୁଛି ୭୮ତମ ସ୍ୱାଧିନତା ଦିବସ।ସୀମାରେ ଜବାନ , ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ଲୋକେ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ର କଳିଙ୍ଗ ଭେଟେରାନ ଆସୋସିଏସନ(ପୂର୍ବତନ ସେନା କର୍ମଚାରୀ) ପାଳନ କରିଛନ୍ତି ସ୍ୱାଧିନତା ଦିବସ।୭୮ତମ ସ୍ୱାଧିନତା ଦିବସରେ କଳିଙ୍ଗ ଭେଟେରାନ ଆସୋସିଏସନ କାର୍ଯ୍ୟାଳୟ ଜଂକିଆ ଠାରେ ଉଡୁଛି ଜାତୀୟ ତ୍ରିରଙ୍ଗା ପତାକା।

ପୂର୍ବତନ ସେନାରୁ ଅବସର ନେଇଥିବା କର୍ମଚାରୀ ମାନେ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ବୋଲି ଭାରତ ମାତାକି ଜୟ ଧ୍ୱନିରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି। କଳିଙ୍ଗ ଭେଟେରାନ ଆସୋସିଏସନର ଆବାହକ ବିଜୟ କୁମାର ବଳିୟାରସିଂହ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ଓ ଟାଗିଂ ବ୍ଲକର ଭେଟେରାନ ସଭ୍ୟ ମାନେ ଯୋଗଦେଇ ୭୮ତମ ସ୍ୱାଧିନତା ଦିବସକୁ ମହା ସମାରୋହରେ ପାଳନ କରିଛନ୍ତି। ପତାକା ଉତ୍ତୋଳନ ପରେ ଭେଟେରାନ ସଭ୍ୟ ମାନେ ଲୋକ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।