MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୮ ଅଟକ ଦୁଇ ଫେରାର

ମୋ ଟିଭି ଓଡିଶା / ସୋର :

ସୋର ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଡପୋଖରୀ ଗ୍ରାମର ବରପଦା ସାହିରେ ଗତ ରବିବାର ରାତିରେ ଭୋଜିଭାତର ଆସର ସମୟରେ ଗୁଣିଗାରେଡିକୁ ନେଇ ଗଣ୍ଡଗୋଳ ହୋଇଥିଲା। ପରେ ଏହି ଗଣ୍ଡଗୋଳ ବିଭତ୍ସ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା। ଗ୍ରାମର ଦାମ୍ପା ସିଂ ଓ ତାର ସ୍ତ୍ରୀ ଜାଲିଆ ସିଂ ଏବଂ ସମ୍ଭାରୀ ସିଂ କୁ ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଥିଲେ। ହତ୍ୟାପରେ ତିନିଜଣଙ୍କ ଶବକୁ ନିକଟସ୍ଥ ପାହାଡର ପ୍ରାୟ ୫ କିମି ଉପରକୁ ନେଇ ସେଠାରେ ଫିଙ୍ଗିଦେଇଥିଲେ। ପରେ ସମସ୍ତେ ଶପଥ ନେଇଥିଲେ କି ଏ ବାବଦରେ କେହି କାହାକୁ କିଛି କହିବେ ନାହିଁ। ପରନାତୁ ଗତକାଲି ସମ୍ବାରୀଙ୍କ ପୁଅ ନିରଞ୍ଜନ ସିଂ ତାଙ୍କ ମା ନିଖୋଜ ଥିବା ନେଇ ଥନାରେ ଅଭିଯୋଗ କରିଥିଲେ।

ପରେ ପୁଲିସ ପ୍ରଥମେ ୬ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଅନ୍ୟ ଜଣଙ୍କୁ ଅଟକ ରଖିଥିଲେ। ଘଟଣାର ତଦନ୍ତ ପରେ ଅଭିଯୁକ୍ତକୁ ନେଇ ପାହାଡ଼ ଉପରେ ଶବ ଚିହ୍ନଟ କରିଥିଲେ। ଆଜି ଶବ ଗୁଡିକୁ ସୋର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ଆଣିଥିବା ବେଳେ ଆଉ ଜଣକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ଘଟଣାରେ ୧୨ ରୁ ଉର୍ଦ୍ବ ଲୋକଙ୍କ ସମ୍ପୃକ୍ତି ଥିବା ବେଳେ ୮ ଜଣ ଅଟକ ଅଛନ୍ତି ଏବଂ ଦୁଇଜଣ ଫେରାର ଥିବା ବେଳେ ଅନ୍ୟ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଟକ ମାନେ ହେଲେ ଗ୍ରାମର ବୁଦ୍ଧିଆ ସିଂ,ବାପା ସିଂ,ଚନ୍ଦରା ସିଂ, ତ୍ରିଲୋଚନ ସିଂ,ରାମ ସିଂ,ହରିଆ ସିଂ,ଲାରା ସିଂ ଏବଂ ଫେରାର ଦୁଇଜଣ ହେଲେ ବିକ୍ରମ ସିଂ ଓ ମାଧ ସିଂ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।