ମୋଟିଭି ଓଡିଶା : କନ୍ଧମାଳ,୮/୫,(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଵା ଫିରିଙ୍କିଆ ଥାନା ଅଧୀନରେ କିଛିଦିନ ତଳେ ଦୁଇଟି ଡକାୟତି ହୋଇଥୁଲା। ପୁଲିସ ଏହାର ଘଟଣାର ପର୍ଦାଫୀଶ କରିଛି। ଦୁଇଟି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ତିନିଟି ବାଇକ୍, ୨ଟି ଦେଶୀ ପିସ୍ତଲ, ୨ଟି ମୋବାଇଲ, ଭୁଜାଲି ଓ ଛୁରି ଜବତ କରାଯଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ୭ ଜଣ କହକ୍ଷମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଓ ଅନ୍ୟଜଣେ ଗୋଛାପଡ଼ା ଥାନା ଜେଜେସପାଙ୍ଗୀ ଗାଁର ବୋଲି ଜଣାପଡିଛି।
ପୋଲିସର ସୂଚନା ଅନୁସାରେ ଗତ ମାସ ୨୯ ତାରିଖ ବିଳମ୍ବିତ ରାତିରେ କେତେକ ଅଭିଯୁକ୍ତ ଫିରିଙ୍ଘିଆ ଥାନା ଅଞ୍ଚଳର ଜନୈକ ବ୍ଯକ୍ତିଙ୍କ ଘରେ ମାଓବାଦୀ କହି ମାରଣାସ୍ଥ ଦେଖାଇ ଟଙ୍କା, ସୁନା, ମୋବାଇଲ ଲୁଟ୍ କରିଥୁଲେ। ଏଥ୍ବସହ ଘରେ ଥୁବା ୧୪ ବର୍ଷର ନାବାଳିକାଙ୍କୁ ଟେକି ନେଇ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ବଳାକ୍ରାର କରିଛନ୍ତି। ଗତ ୩୦ ତାରିଖରେ ଲୁଟର ଶିକାର ହୋଇଥୁବା ଘର ମୁଖିଆ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ ।
ଅନୁରୂପ ଭାବରେ ଗତ ୬ ତାରିଖ ବିଳମ୍ବିତ ରାତିରେ କଷିନୀପଦର ପଞ୍ଚାୟତ ଅଧୀନରେ ମାଝୀପଡା ଗାଁ ନିକଟରେ ଥବା ସିରକାପଟା ଗାଁର ଆଇବ କହଁର ଘରେ ପଶି ଲୁଟ କରିଥୁଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ ଗଠନ କରାଯଇଥୁଲା। ଚୋରି ହୋଇଥୁବା ମୋବାଇଲ ଟ୍ରାକିଂ ଅଭିଯୁକ୍ତମାନେ ଆଉ ଏକ ଡକାୟତି ପୂର୍ବପ୍ରସ୍ତୁତ କରୁଥୁବା ସମୟରେ ଦାରିଙ୍ଗବାଡି ଥାନା ସମନବାଡି ଅଞ୍ଚଳରୁ ୬ ଅଭିଯୁକ୍ତଙ୍କୁ ଧରିଛି। ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥୁବା ଅଭିଯୁକ୍ତଙ୍କୁ ଫିରିଙ୍ଗିଆ ଥାନା ଜାଜେସଫଙ୍ଗା ଗାଁରେ ଥ୍ବବା ତାର ନିଜ ଘରୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯଇଥୁବା ବେଳେ ଏହି ଡକାୟତି ଘଟଣାରେ ଅଧିକ ତଦନ୍ତ ଜାରି ରହିଥୁବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧ୍କାରୀ ଗୋପୀନାଥ ପ୍ରଧାନ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।