ସୋର :
ସୋରର ବିଭିନ୍ନ ଅଞ୍ଚଳରୁ ୨ ଜଣ ନାବାଳକଙ୍କ ସମେତ ୧୦ ରୁ ଉର୍ଦ୍ବ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଆଜି ଆଲୋକର ପର୍ବ ଦୀପବଳୀକୁ ଲୋକେ ବହୁ ଆନନ୍ଦର ସହ ପାଳୁଥିବା ବେଳେ ବାଣ ଫୁଟାଇବା କାରଣରୁ ଏହିଭଳି ଅଘଟଣ ଘଟିଥିବା ଜଣାପଡିଛି
। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ରାଇପୁର ଗ୍ରାମର ଖଗେନ୍ଦ୍ର ବାରିକ(୧୧) ଘର ଆଗରେ ଚାଇନା ଦିଆସିଲରେ ଲଗାଉଥିବା ବେଳେ ହଠାତ ବାଣ ତାଙ୍କ ମୁହଁରେ ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣି ଥିବା ବେଳେ ତାଙ୍କ ମୁହଁ ନାକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
ସେହିପରି ଭାବେ ଖଣ୍ଡାସାହି ଗ୍ରାମର ଅନିମେଶ ବେହେରା (୧୦) କାଗଜ ଝରାବତୀ ଜଳାଉଥିବା ବେଳେ ହଠାତ ନିଆଁ ଲାଗି ହାତ ଜଳିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା।
ସେହିଭଳି ଭାବେ ସିମୁଳିଆ ଗ୍ରାମର ଚନ୍ଦନ କୁମାର ବେହେରା (୩୪), ପାଖର ଗ୍ରାମର ହିତାଙଶୁ ନାୟକ (୨), ଶିରାପୁର ଗ୍ରାମର ଶୁଶାନ୍ତ ପୋଇ (୫୫), ତାଳପଦା ଗ୍ରାମର ଶୁସାନ୍ତ ନାୟକ(୨୫), ଭିମେଇ ଗ୍ରାମର ବଳରାମ ମଳିକ (୧୭), କମରପୁର ଗ୍ରାମର ଦୀପକ ସାହୁ(୨୯) ଇଟୁଆ ଗ୍ରାମର ନୀଳାଦ୍ରି ମହାନ୍ତି (୨୦), ପଣଦା ଗ୍ରାମର ବିଜୟ ସେଠି(୩୪) ବାଣ ଫୁଟାଇ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।