ମୋଟିଭି ଓଡିଶା : ଖଲ୍ଲିକୋଟ : ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ହୋଇ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିଲେ। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ବିଜେପିର ୪ ଜଣ କର୍ମୀ ଆହତ ହୋଇଥିଲେ। ଭାଜପା ସମର୍ଥକ ଦିଲ୍ଲୀପ ପାହାନ(୩୪) ଏବଂ ତାଙ୍କ ସାନ ଭାଇ ଜିତେନ୍ଦ୍ର (୩୦)ଉଭୟ ଗୁରୁତରଙ୍କୁ ତୁରନ୍ତ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ବିଳମ୍ବିତ ରାତ୍ରରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିଲା l ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ଘଟଣାକୁ ନେଇ ପରିବାର ଲୋକଙ୍କ ସହ ମିଶି ଥାନା ଘେରାଉ କରିଛି ବିଜେପି। ଥାନାରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଉପସ୍ଥିତ ଅଛନ୍ତି। ହତ୍ୟା ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ଖୁବ୍ଶୀଘ୍ର ଗିରଫ ହେବ ବୋଲି ଏସ୍ପି ପ୍ରକାଶ କରିଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ