MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବର ଅଷ୍ଟମ ସଂସ୍କରଣ ଉନ୍ମୋଚନ

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବର ଅଷ୍ଟମ ସଂସ୍କରଣ ଉନ୍ମୋଚନ l ଶୀତ ମହୋତ୍ସବ ଉଦ୍ଘାଟନ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ।


ଦାରିଙ୍ଗବାଡି,ମୋଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ଉଦ୍ଘାଟନ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବେ ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ , ସ୍ଵତନ୍ତ୍ର ଅତିଥି ଭାବେ ଆସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ସହିତ ସମ୍ମାନିତ ଅତିଥି ଭାବେ ‌ ପୂର୍ବତନ ବିଧାୟକ ଯାକବ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ଦୀପିକା ମାଝୀ, ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ଯୋଗଦେଇ କାର୍ଯ୍ୟକ୍ରମର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ବିଡିଓ ତଥା କାର୍ଯ୍ୟକ୍ରମର ସମ୍ପାଦକ ପ୍ରିତିରଞ୍ଜନ ରଥ, ତହସିଲଦାର ଶରତ ଶବର ଅତିଥିମାନଙ୍କୁ ଫୁଲ ତୋଡ଼ା ଏବଂ ଅଙ୍ଗ ଵସ୍ତ୍ର ପ୍ରଦାନ କରି ସ୍ୱାଗତ କରିଥିଲେ ।

କାର୍ଯ୍ୟକ୍ରମକୁ ଶିବାନନ୍ଦ , ଲିଶା ସଂଯୋଜନା କରି ଥିଲେ । ଥାନା ଅଧିକାରୀ କନକ ମାଝୀ ଙ୍କ ନେତୃତ୍ୱରେ ସୁରକ୍ଷା କୁ କଡ଼ାକଡ଼ି କରାଯାଇଥିଲା। ପରେ ସୌରଭ ଭରଦୁଆଜଙ୍କ ଭଜନରେ ଝୁମିଲେ ଦର୍ଶକ । ନୃତ୍ୟ ଗୀତରେ ଦୁମୁକିଲା ମଞ୍ଚ ।ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ତାଙ୍କ କାର୍ଯ୍ୟକୁ ସଫଳତାର ସହ ତୁଲାଇଥିଲେ ଅଗ୍ନୀଶମ ବିଭାଗ, ସ୍ୱାସ୍ଥ୍ୟ ଓ ଜଳ ଏବଂ ପରିମଳ ବିଭାଗ ସମସ୍ତେ ଆଗୁଆ ପ୍ରସ୍ତୁତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।