ମୋଟିଭି ଓଡ଼ିଶା:କନ୍ଧମାଳ,୧୩/୫:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲାରେ ଏବେ ଅପରାହ୍ନ ହେଲେ ପ୍ରତେକ ଦିନ ଆରମ୍ଭ ହୋଇଯାଉଛି କାଳବୈଶାଖୀ ଯାହାରି ଫଳରେ ବିଜୁଳି ,ଘଡଘଡି ମାରିବା ସହିତ କୁଆପଥର ବର୍ଷା ଏବଂ ପବନ ହେଉଛି କେଉଁ ଜାଗାରେ ବିଜୁଳି ଘଡଘଡ଼ି ମାରି ଗାଇ ବଳଦ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ ଜାଗାରେ ଗଛ ଡାଳ ଭାଙ୍ଗି ପଡୁଛି ହେଲେ ଦୁଇଦିନ ହେଲାଣି ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଡେଡ଼ିମାହା ଗ୍ରାମରେ ବିଦ୍ୟୁତ ତାର ଛିଣ୍ଡି ଖୁଣ୍ଟ ତଳେ ପଡିଛି । ବିଦ୍ୟୁତ ବିଭାଗ ପାଖରେ ଖବର ଥିଲେ ସୁଧା ତାହା ମରାମତି ହୋଇପାରୁନାହିଁ । ଏନେଇ ବିଭାଗୀୟ ଅଧିକାରୀ ଶିବପ୍ରସଦ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ବିଭିନ୍ନ ସ୍ଥାନରେ ଏଭଳି ଦୃଘଟଣା ଘଟିଛି । ତେଣୁ ମାରାମତି କରିବା ପାଇଁ ସମୟ ଲାଗୁଛି ।ଯାହାରି ଫଲରେ ଦାରିଙ୍ଗବାଡି,ବ୍ଲକ ଏବଂ କୋଟଗଡ ବ୍ଲକ, ବାଲିଗୁଡା ବ୍ଲକ ର ବିଭିନ୍ନ ଗାଁ ଏବେ ଅନ୍ଧାରରେ ରହିଅଛି । ତୁରନ୍ତ ସମାଧାନ ପାଇଁ ବିଦ୍ୟୁତ ଉପୋଭକ୍ତାଙ୍କ ଦାବି ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ