ମୋଟିଭି ଓଡିଶା : କଳାହାଣ୍ଡି:୧୪/୦୫ : ଗଣତନ୍ତ୍ର ର ମହାନ ପର୍ଵ ମତଦାନ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ବେଳେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକର ୧୦୨ ବୁଥ ରେ ଶାନ୍ତି ଶୃଙ୍ଖଳା ସହ ମତଦାନ ସରିଛି। ଆଜି ସକାଳ ୭ ଘଣ୍ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କୋହଲା ପାଗ ଥିବାରୁ ସବୁ ବୁଥ ଆଗରେ ଲମ୍ବା ଧାଡିରେ ମହିଳା, ପୁରୁଷ, ଯୁବକ ଯୁବତୀ ଭୋଟର ମାନେ ଉତ୍ସାହ ର ସହ ଅପେକ୍ଷା କରି ମତ ସାବ୍ୟସ୍ତ କରିଛନ୍ତି।
କୋକସରା ବ୍ଲକ ର ମହିମା ବୁଥ ୧୭୪ ରେ ଏଭିଏମ ମେସିନ ତ୍ରୁଟି କାରଣରୁ ଅଧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିବା ଜଣାପଡିଛି। ସେହିପରି ଲଡୁଗାଁ ୨୧୩ ନମ୍ବର ବୁଥରେ ଏଭିଏମ ତ୍ରୁଟି ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏଭିଏମ ମେସିନ ବଦଳାଇବା ପରେ ମତଦାନ ସ୍ୱାଭାବିକ ହୋଇଥିଲା। ପ୍ରଶାସନ ପକ୍ଷରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ପାନୀୟ ଜଳ, ଲେମ୍ବୁ ପାଣି, ଭିନ୍ନକ୍ଷମ ପାଇଁ ହ୍ବିଲ ଚେୟାର, ବରିଷ୍ଠ ନାଗରିକ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସ୍ବେଛାସେବୀ, ଆଶା କର୍ମି ମାନେ ଉପସ୍ଥିତ ରହି ମତଦାନରେ ସହଯୋଗ କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ