MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାସ୍ତା ତଳକୁ ଖସିଲା କାର, ଦୁର୍ଘଟଣା ରେ ୨ ମୃତ ୪ ଗୁରୁତର ।

ମୋଟିଭି ଓଡିଶା : କଳାହାଣ୍ଡି : ୧୪/୦୫ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଟେମରି ନିକଟରେ କାର ଦୁର୍ଘଟଣା ହୋଇଛି। ମଙ୍ଗଳବାର ସକାଳ ୧୧ ଟା ସମୟରେ ଟେମରି ନିକଟ ବୁଲାଣି ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯାଇଥିବା ଫଳରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ।

ସୂଚନା ଥାଉ କି ଓଡି ୦୮ ଭି ୩୬୪୬ ନମ୍ବର ବିଶିଷ୍ଟ ଏକ କାର ରେ ଟେମରି ଗ୍ରାମର ଆନନ୍ଦ ସୁନାନି ନିଜ ପରିବାର ସହ ଧର୍ମଗଡ଼ ଯାଉଥିବା ବେଳେ ଘରୁ ଏକ କିଲୋମିଟର ଗଲା ପରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ଆନନ୍ଦ ସୁନାନୀ ଙ୍କ ମା ପଦ୍ମିନୀ ସୁନାନୀ (୬୫ ) ଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ତାଙ୍କର ୪ ବର୍ଷ ର ଝିଅ ଯେନିଶା ସୁନାନୀ ଙ୍କୁ ଡାକ୍ତରଖାନା ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ସେହି ପରିବାର ର ଚାରି ଗୁରୁତର ମାନେ ହେଲେ ତିଳକର ହରପାଳ (୫୨) ଆନନ୍ଦ ସୁନାନୀ (୪୦) ଝିଅ ବେନିଶା ସୁନାନୀ (୬) ଏବଂ ତାଙ୍କ ସ୍ତ୍ରୀ ପିଙ୍କି ସୁନାନୀ (୩୦)। ତିଳକର , ଆନନ୍ଦ ଏବଂ ବେନିଶା ଅଧିକ ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ।

ଦୁର୍ଘଟଣା ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା , ଗୋଲାମୁଣ୍ଡା ଏଏସଆଇ ରାଜେଶ ପରିଡ଼ା,ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଂଚିଥିଲେ । ଏ ସମ୍ପର୍କ ରେ ଗୋଲାମୁଣ୍ଡା ପୋଲିସପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ଥାନା କେଶ ନମ୍ବର ୭୮/୨୪ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।