ମୋଟିଭି ଓଡିଶା : ଏବେ ନିକଟରେ ଧୁନ୍ ଓଡ଼ିଆ ( DHOON ODIA) ୟୁଟ୍ୟୁବରେ ଗୋଟିଏ ନୂଆ ଚଇତି ଦେଶିଆ ଗୀତ ମୁକ୍ତିଲାଭ କରିଛି , ଯାହାର ନାଆଁ ହଉଚି ” ମୋ ଖୁସି ଚୁଲି କି ଯାଉ “l ଏହି ଭିଡିଓ ଗୀତଟିର ସାରମର୍ମ ହେଉଚି, ଆଜିକାଲି ର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ନିଜ ନିଜ ର ଖୁସି ପାଇଁ ବ୍ୟସ୍ତ। ମାତ୍ର ଏଥିରେ ଏହାର ବିପରୀତ ଚଳଣିର ଅବତାରଣା କରାଯାଇଛି। ଗୋଟିଏ ନିପଟ ମଫସଲି ଗାଁ ର ସ୍ୱାମୀ ସ୍ତ୍ରୀ ଙ୍କ ଚଳଣି କୁ ନେଇ ଏହି ଗୀତ ଟି ପ୍ରସ୍ତୁତ ହୋଇଛି । ଗରୀବ ଦମ୍ପତି ଟି ଖୁବ୍ ଅଭାବ ଅନାଟନ ଭିତରେ ଚଳନ୍ତି। ଅନେକ ଅଭାବ ଭିତରେ ବି ଗୋଟିଏ ଭାବ ଥାଏ ପରସ୍ପର କୁ ବୁଝିବା ଆଉ ଭଲପାଇବା। ନାହିଁ ନାହିଁ ର ସଂସାର ଭିତରେ ସେମାନଙ୍କର ଯେମିତି ସବୁକିଛି ଥାଏ, ସେମାନଙ୍କ ଉପଲବ୍ଧି ରେ । ସେମାନେ ପରସ୍ପରର ଖୁସି ପାଇଁ ଉତ୍ସର୍ଗୀକୃତ। ନିଜର ଖୁସି ଦରକାର ନାହିଁ ପରନ୍ତୁ ଅନ୍ୟ ଜଣଙ୍କର ଖୁସି ତାଙ୍କର ଦରକାର । ଏମିତି ଏକ ଉତ୍ସର୍ଗୀକୃତ ତ୍ୟାଗମୟ ଜୀବନ କୁ ନେଇ ବଞ୍ଚିବା ରେ ଯେ ପ୍ରକୃତ ଖୁସି ଅଛି,ତାହା ଏହି ଗୀତ ଭିଡିଓ ଟିରେ ପ୍ରତିପାଦିତ ହୋଇଛି। ଗୀତ ଭିଡିଓ ଟି DHOON ODIA YouTube channel ରେ ଉପଲବ୍ଧ ହେଉଥିବା ସ୍ଥଳେ ଏଥିରେ କଣ୍ଠଦାନ କରିଛନ୍ତି ଆଜିକାଲି ର the most sensational romantic singer S JITU ଏବଂ SOUJANYA RATH.ଗୀତଟିକୁ ଲେଖିଛନ୍ତି ଓ ସଙ୍ଗୀତ ରେ ସଜେଇଛନ୍ତି ଆଜିକାଲି ଆଗଧାଡିର ,The most promising Music Director GAGAN BEURA. । ଏବେ ଏହି ଚଇତି ଦେଶିଆ ଗୀତ ଟି ଯୁବ ବର୍ଗ ମାନଙ୍କ ମଧ୍ୟରେ ବେଶ୍ ଆଦୃତ ହେବାରେ ଲାଗିଛି।
ମୁକ୍ତିଲାଭ କଲା ” ମୋ ଖୁସି ଚୁଲି କି ଯାଉ “

More Stories
ନଗେନ୍ କୁମାର ବାରିକଙ୍କୁ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ
ଫିଲ୍ମ ଏମରଜେନ୍ସି ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ଦେଲେ କଙ୍ଗନା ରାଣାୱତ
ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ