ମୋଟିଭି ଓଡିଶା : ପୁଣେ : ପୁଣେ ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଦିଲ୍ଲୀକୁ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ରନୱେକୁ ଯିବା ପୂର୍ବରୁ ଯାତ୍ରୀଙ୍କ ଜିନିଷ ନେଇ ଯାଉଥିବା ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହା ଫଳରେ ବିମାନର ସାମ୍ନା ପାଖ ଓ ଅବତରଣ ଗିୟର ପାଖ ଟାୟାର ଫାଟିଯାଇଥିବା ଜଣାପଡ଼ିଛି। ଏହି ସମୟରେ ବିମାନରେ ୧୮୦ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟରେ ବିମାନରେ ଯାତ୍ରୀମାନେ ଥିଲେ ବି କେହି ଆହତ ହୋଇନଥିବା ଘଟଣା ବିଷୟରେ ସୂଚନା ଦେଇଛନ୍ତି ବିମାନବନ୍ଦର ଅଧିକାରୀ।
ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନ ୪ଟାରେ ପୁଣେରୁ ଦିଲ୍ଲୀ ଯବା ପାଇଁ ଯାତ୍ରୀମାନେ ଆସି ଏୟାର ଇଣ୍ଡିଆ ବିମାନ ଏ୧-୮୫୮ରେ ବସିଥିଲେ। ପାର୍କିଂରୁ ବାହାରି ବିମାନଟି ରନୱେ ଆଡକୁ ଯାଉଥିବା ବେଳେ ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହି କାରଣରୁ ବିମାନ ଉଡ଼ାଣ ବିଳମ୍ବ ହେବା ସହ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ