ମୋଟିଭି ଓଡିଶା : ଆଠଗଡ: ଅବକାରୀ ଆୟୁକ୍ତ , କଟକ ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ସମୟରେ ଚୋରା ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ଉପରେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢାଉ ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଜେନାପଦା ଗ୍ରାମ୍ୟ ରାସ୍ତାରେ ଆସୁଥିବା ଏକ ମହେନ୍ଦ୍ର ପିକ୍ଅପ୍ ଭ୍ୟାନକୁ ଅବକାରୀ ସ୍କାର୍ଡ ଅଟକାଇ ଯାଞ୍ଚ କରିବା ସମୟରେ ସେଥିôରୁ ୨୮୦୦ଲିଟର ମଦ ଥିବା ଦେଖି ଜବତ କରିଥିଲେ।
ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକଠାରେ ଏକ ଆକ୍ଟିଭା ବାଇକରୁ ୫୦ଲିଟର, ଅନ୍ୟଏକ ଘଟଣାରେ ଭିରୁଡା ନିକଟ ପାଇକ ସାହି ପାଖରେ ଏକ କଳା ପଲସର ଗାଡିରୁ ୩୫୦ଲିଟର ଦେଶୀମଦ ଜବତ କରାଯାଇଥିବାବେଳେ ବାଇକ ଆରୋହୀ ଦୌଡି ଫେରାର ହୋଇଯାଇଥିଲା।
ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଉପନିରୀକ୍ଷକ ଅରୁଣ ଭୋଇଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଧରପଗଡରେ ଅଂଶଗ୍ରହଣ କରିଥିଲେ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।