ମୋଟିଭି ଓଡିଶା : ପୁରୀ (ରାଜେଶ କୁମାର) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଈଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବଡଦାଣ୍ଡ ସ୍ଥିତ ରଥଖଳାରେ ନିୟୋଜିତ ହୋଇଛନ୍ତି ରଥ ନିର୍ମାଣର ସେବକ ।

ଭୋଇ,କରତିଆ,ମହାରଣାଙ୍କ ହାତର ସ୍ପର୍ଶରେ ମୁଣ୍ଡ ଟେକିବ ବିଶ୍ୱନୟନ୍ତାଙ୍କ ରଥ। କରତିଆଙ୍କ କରତ ଶବ୍ଦରେ ଚଳଚଞ୍ଚଳ ହୋଇଛି ରଥଖଳା l

ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ । ସେପଟେ ଭୋଇ ସେବାୟତ ରଥଖଳାକୁ ଯୋଗାଇ ଦେଉଛନ୍ତି ରଥକାଠ ।

ଚାଲିଛି ତୁମ୍ବ ନିର୍ମାଣ ଫାଶୀ କାଠକୁ ତୁମ୍ଭରେ ପରିଣତ କରିବା ପାଇଁ କରତି ସେବାୟତ ମାନେ ଚିରଟ ଆରମ୍ଭ କରିଛନ୍ତି ।

୩ ରଥର ୪୨ ଗୋଟି ଚକ ପାଇଁ ୪୨ ଗୋଟି ତୁମ୍ବର ଆବଶ୍ୟକତା ରହିଛି।ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଉପରେ ଚାଳି ଓ ଚାରିପଟେ ଧଳା କନା ଆଛାଦିତ ଖଳାରେ ରଥ ନିର୍ମାଣ ଜାରି ରଖିଛନ୍ତି ମହାରଣା ଓ କରତି ସେବାୟତ ।
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।