ମୋଟିଭି ଓଡିଶା : ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୟଙ୍କୁ ଦଳ ବହିଷ୍କାର କରିଛି । ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ । ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବହିଷ୍କୃତ କରିଛି । ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ଟିକେଟରେ ଲଢୁଛନ୍ତି । ସେହିପରି ବିଜେପିରୁ ଟିକେଟ ନମିଳିବାରୁ ଶାରଦା ପ୍ରଧାନ ମାହାଙ୍ଗାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଥିବା ବେଳେ ରାକେଶ ମଲ୍ଲିକ ସୋରରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି ।କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି, ମୁଁ ୫/୭ ବର୍ଷ ହେଲା ଦଳରେ ନଥିଲି । ଏକଥା ସମସ୍ତେ ଜାଣନ୍ତି, ରାଜ୍ୟ ବିଜେପି ସଭାପତି ବି ଜାଣନ୍ତି । ଦଳରେ ଯିଏ ନଥିଲା ବହିଷ୍କୃତ କଣ ହେବ? ନିଜକୁ ନିଜେ ଲୋକହସା କରୁଛନ୍ତି ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।