February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କୋକସରା ଠାରେ ରବି ମଣ୍ଡି ଆରମ୍ଭ, ପ୍ରଥମ ଦିନରେ ୫ ଚାଷୀଙ୍କ ୩୫୦ କ୍ୱିଣ୍ଟାଲ ଧାନ କ୍ରୟ।

ମୋଟିଭି ଓଡିଶା : କଳାହାଣ୍ଡି:୨୦/୦୫ : କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ ସଦର କୋକସରା ମଣ୍ଡିରେ ପ୍ରଶାସନ ପକ୍ଷରୁ ରବି ମଣ୍ଡି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ମଣ୍ଡି ଉଦଘାଟନି କାର୍ଯ୍ୟକ୍ରମରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ କୁମାର ଦାସ, ଉପ ଜିଲ୍ଲାପାଳ ଧର୍ମଗଡ, ଧିମାନ ଚକମା, ଏସଆରସିଏସ ଟି ଶବର, ଡିଆରସିଏସ ପ୍ରମୋଦ କୁମାର ସାହୁ, ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅବକାଶ ବେହେରା, କୋକସରା ସମବାୟ ସମିତି ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ , କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ଆରଏମସି କର୍ମଚାରୀ ରାହସ ବିହାରୀ ଧ. ମାଝୀ, ରଞ୍ଜିତ କୁମାର ବାହାଦୂର, ସମେତ ଚାଷୀଙ୍କ ଉପସ୍ଥିତରେ ଧର୍ମଗଡ ଉପ ଜିଲ୍ଲାପାଳ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରି ରବି ମଣ୍ଡି ଉଦଘାଟନ କରିଥିଲେ।

ଏହାପରେ ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। କୋକସରା ମଣ୍ଡିରେ ପ୍ରଥମ ଦିନରେ ୫ ଜଣ ଚାଷୀ ଶଙ୍କର ରୋତିଙ୍କ ୬୧.୪୪, ମାଧବୀ ନାଏକଙ୍କ ୬୪.୫୦, ବିଶ୍ୱନାଥ ପଟ୍ଟନାୟକଙ୍କ ୫୫.୯୨, କୃପାସିନ୍ଧୁ ପ୍ରଧାନୀଙ୍କ ୧୧୨.୩୨ ଓ ଘନଶ୍ୟାମ ନାଏକଙ୍କ ୫୫.୯୨ କ୍ୱିଣ୍ଟାଲ ଧାନ ମୋଟ ୩୫୦.୧୦ କ୍ୱିଣ୍ଟାଲ ଧାନ କ୍ରୟ ହେବା ନେଇ ପେକ୍ସ ପକ୍ଷରୁ ସୂଚନା ମିଳିଛି। ଚଳିତ ରବି ଋତୁରେ କଳାହାଣ୍ଡି ଜିଲ୍ଲାରେ ୩୦ ଲକ୍ଷ ଧାନ କ୍ରୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ୫୫ ହଜାର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି। ଜିଲ୍ଲାର ୧୦୫ ମଣ୍ଡିରେ ୫୨ ହଜାର ୫୮୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସୂଚନା ମିଳିଛି।

ଚାଷୀଙ୍କୁ ସଫା ଓ ଶୁଖା ଧାନ ଆଣିବାକୁ ଉପସ୍ଥିତ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ। ତେବେ ମଣ୍ଡିରେ ଚାଷୀ ଓ ଶ୍ରମିକ ମାନଙ୍କ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ଚାଷୀ ଓ ଶ୍ରମିକମାନେ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ଧାନ ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଆରଏମସି ଓ ପେକ୍ସ କର୍ମଚାରୀଙ୍କ ସହ ଚାଷୀ ମାନେ ସମନ୍ୱୟ ରକ୍ଷା କରି ସେମାନଙ୍କ ଧାନ ବିକ୍ରି କରିବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ। ପେକ୍ସ ଓ ଆରଏମସି କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।