MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜନ୍ମଦିନ ରେ ରୋଗୀଙ୍କୁ ରକ୍ତଦାନ କରି ଯୁବପିଢିଙ୍କୁ ପ୍ରେରଣା ଦେଲେ ସମାଜସେବୀ ଢଗ ନାଏକ ।


ମୋଟିଭି ଓଡିଶା : କଳାହାଣ୍ଡି:୨୧/୦୫ : ଜନ୍ମ ଦିନରେ ଆଜିକାଲି ର ଯୁବପିଢି ବାର୍ଥ ଡେ କେକ କାଟି ଲାଇଟ ସାଉଣ୍ଡ, ନାଚଗୀତ ଆସର ଜମାଇ ଖୁବ ଆଡମ୍ବରର ସହ ଜନ୍ମଦିନ ଉତ୍ସବ ପାଳନ କରିଥାନ୍ତି। ହେଲେ ଜଣେ ଯୁବ ସମାଜସେବୀ ନିଜ ଜନ୍ମ ଦିନ ରେ ଜଣେ ଗୁରୁତର ରୋଗୀ ଙ୍କୁ ରକ୍ତଦାନ କରି ଜନ୍ମ ଦିନ ର ଖୁସି ବାଣ୍ଟିଛନ୍ତି ଢଗ ନାଏକ। ମର୍ମନ୍ତୁଦ ଦୁର୍ଘଟଣା ଗ୍ରସ୍ତ ରେ ଗୋଡ଼ ଭାଙ୍ଗି ଯାଇଥିବାରୁ ବାଲାଜୀ ନର୍ସିଂ ହୋମ୍ ଭବାନିପାଟଣା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଅତ୍ୟନ୍ତ ଜରୁରୀ ସମୟରେ ବି ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବାରୁ ଅନେକ ଲୋକ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା।‌ଶେଷରେ ସମାଜସେବୀ ଢଗ ନାଏକ ନିଜ ଜନ୍ମଦିନ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ କରି ଏକ ଜୀବନ କୁ ସେବା ପ୍ରଦାନ କରି ଆଜିର ସମାଜ ଯୁବପିଢ଼ିଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଛନ୍ତି l

ଶ୍ରୀ ନାଏକଙ୍କ ମହନିୟ କାର୍ଯ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଓ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଥିବା ବେଳେ ଏଭଳି ଏକ ସେବାରେ ସୁଯୋଗ ପାଇ ଶ୍ରୀ ନାଏକ ଆତ୍ମସନ୍ତୋଷ ଲାଭ କରିଥିବା ପ୍ରକାଶ କରିଛନ୍ତି। ରକ୍ତଦାନ ସମୟରେ ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ରକ୍ତବୀର ଉମାକାନ୍ତ ସୁନାନୀ, ଅଙ୍କିତ ସେଠୀ, ଅଜୟ ସୁନାନୀ,କମଳା କାନ୍ତ ବିହାରୀ, ୟୁଗେସ ତାଣ୍ଡି,ରେଜେନ୍ଦ୍ର ଦୁରିଆ, ମିଥୁନ କୁମାର ଦୁର୍ଗା, ରୋହିତ ସୁନାନୀ, ରିଙ୍କୁ ମଙ୍ଗରାଜ ନରେଶ ସୁନାନୀ ଶୈଷ୍ଣବ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।