ମୋଟିଭି ଓଡିଶା : କଳାହାଣ୍ଡି:୨୨/୦୫ : ଚଷା ଘର ର ପୁଅ, ବୁଧବାର ସକାଳୁ ଉଠି ନିତ୍ୟକର୍ମ ସାରି ନିଜ ଗାଈଗୋରୁଙ୍କୁ ଚରାଇବାକୁ ନିଜ ଚାଷଜମିକୁ ନେଇଥିଲେ। ତେବେ ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ହଠାତ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ଅନୁଭବ କରିଥିଲେ ଓ ସାଥିରେ ଥିବା ଅନ୍ୟ ଗାଈ ଚରାଳିଙ୍କୁ ଗାଈଗୋରୁକୁ ଜିମା ଦେଇ ଘରକୁ ଗଲାପରେ ଗୁରୁତର ଅସୁସ୍ଥତା ସହ ବିହୋସ ହୋଇ ପଡ଼ିଥିଲେ।ପରିବାର ଲୋକେ ସାଙ୍ଗେ ସାଙ୍ଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତେବେ ଯୁବକ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ହେଉଛନ୍ତି କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଖୁଟୁଲୁଗୁଡା ଗ୍ରାମ ର ପ୍ରଶାନ୍ତ ଭଇସାଲ ଙ୍କ ବିବାହିତ ପୁଅ କୁଶ ଭଇସାଲ (୪୦) । ଯୁବକ ଙ୍କ ଅସ୍ୱାଭାବିକ ମୃତ୍ୟୁ କୁ ପରିବାର ଲୋକେ ଅଂଶୁଘାତ ଜନିତ ମୃତ୍ୟୁ ବୋଳି ଅଭିଯୋଗ କରିଛନ୍ତି। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲେ। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ଥାନା କେଶ ନମ୍ବର ୮/୨୪ ରେ ରୁଜୁ ହୋଇଥିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଳି ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଘର ର ରୋଜଗାରକ୍ଷମ ଙ୍କୁ ହରାଇ ପରିବାର ଭାଙ୍ଗି ପଡିଛନ୍ତି।ମୃତକ ଯୁବକ ଙ୍କ ୨ ଝିଅ,ଗୋଟେ ପୁଅ ଓ ସ୍ତ୍ରୀ ଆଶା ଦିଦି ଭାବେ କାର୍ଯ୍ୟ କରୁଛନ୍ତି ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ