February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅବାଧ ଗୋ ଚାଳାଣ ଉପରେ କେବେ ପ୍ରଶାସନର ନଜର ପଡିବ, ସଙ୍କଟରେ ଗୋ ସମ୍ପଦ।


ମୋଟିଭି ଓଡିଶା : କଳାହାଣ୍ଡି:୨୨/୦୫ :

ଆଉ ଗାଁ ରେ ଶୁଭୁନାହିଁ ଗାଈଗୋରୁଙ୍କ ହମ୍ବାରଡ଼ି କି ସନ୍ଧ୍ୟା ସମୟରେ ଗାଁ ଦାଣ୍ଡ ରେ ଦେଖିବାକୁ ମିଳୁନାହିଁ ଗୋଧୂଳିର ପରିବେଶ। ମଣିଷ ର ଚାହିଦା ମେଣ୍ଟାଇବାକୁ ବଳି ପଡୁଛନ୍ତି ନିରୀହ ଗୋ ସମ୍ପଦ। ଗାଁ ଗଣ୍ଡା ରୁ ବିଲୋପ ହେବାକୁ ବସିଲାଣି ଗୋ ସମ୍ପଦ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ଶହଶହ ସଂଖାରେ ଅନ୍ୟ ଜିଲ୍ଲା ତଥା ବାହାର ରାଜ୍ୟକୁ ଗୋ ଚାଲାଣ ହେଉଥିବା ବେଲେ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ଦେଇ ଆମପାଣି ସମେତ କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଦେଇ ପ୍ରତି ଶୁକ୍ରବାର, ଶନିବାର ଦିନ ପଡୋଶି ଜିଲ୍ଲା ନବରଙ୍ଗପୁର ଜିଲ୍ଲାକୁ ଶହଶହ ସଂଖ୍ୟାରେ ଗୋରୁ ବେପାରୀମାନେ ଅବାଧରେ ଗୋ ଚାଲାଣ କରୁଛନ୍ତି । କୋକସରା ବ୍ଲକର ଝରିଆଗୁଡା, ଗହନା ମୁଣ୍ଡା ଅଞ୍ଚଳ ରେ ସକ୍ରିୟ ଥିବା ଗୋରୁ ବେପାରୀ ମାନେ ଧର୍ମଗଡ ବ୍ଲକ ବେହେରା, ଧର୍ମଗଡ ଗୋରୁ ବଜାର ସମେତ ଗ୍ରାମାଞ୍ଚଳ ରୁ ଗୋରୁ କିଣି ନବରଙ୍ଗପୁର ଜିଲ୍ଲା ପର୍ଯ୍ୟନ୍ତ ଗୋ ଚାଲାଣ କରୁଛନ୍ତି। ପ୍ରତି ଶନିବାର ଶହ ଶହ ସଂଖ୍ୟକ ଗାଈଗୋରୁଙ୍କୁ ଅତି ଅକଥନୀୟ ଭାବେ ନିୟୋଜିତ ଶ୍ରମିକ ମାନେ ଜାତୀୟ ରାଜପଥ ୨୬ ଦେଇ ଆମପାଣି, ମୈଦାଲପୁର, ପାପଡାହାଣ୍ଡି, ନବରଙ୍ଗପୁର, ବୋରିଗୁମ୍ମା ପର୍ଯ୍ୟନ୍ତ ଗୋରୁମାନଙ୍କୁ ଚଲେଇ ନେଇଥାନ୍ତି । ତା ବଦଳରେ ଶ୍ରମିକଙ୍କୁ ପାରିଶ୍ରମିକ ବାବଦରେ ୨ ରୁ ୩ ହଜାର ଟଙ୍କା ମିଲିଥାଏ। ବୋରିଗୁମ୍ମା ନିକଟରେ ଥିବା ଜୟନ୍ତଗିରୀ ହାଟ ହେଉଛି ଗାଈଗୋରୁ କିଣାବିକାର ପେଣ୍ଠସ୍ଥଳି।

ପ୍ରତି ସୋମବାର ଓ ମଙ୍ଗଳବାର ଜୟନ୍ତଗିରିରେ ଗୋରୁ ବଜାର ବସିଥାଏ । ଏହି ବଜାରକୁ ହଜାର ହଜାର ସଂଖ୍ୟାରେ ଗାଈଗୋରୁ ବିକ୍ରି ପାଇଁ ବେପାରୀ ମାନେ ଆଣିଥାନ୍ତି। ଏହି ବଜାରକୁ ପଡୋଶି ରାଜ୍ୟ ଆନ୍ଦ୍ରପ୍ରଦେଶ, ଛତିଶଗଡ, ହାଇଦ୍ରାବାଦଚେନ୍ନାଇ, ତାମିଲନାଡୁ ଅଞ୍ଚଳରୁ ଗୋରୁ ବେପାରୀ ଦ୍ୱାରା ନିୟୋଜିତ ଏଜେଣ୍ଟ ମାନେ ମୁଲଚାଲ କରି ଲକ୍ଷଲକ୍ଷ ଟଙ୍କା ବିନିମୟରେ ଗାଈଗୋରୁ କିଣି ଅନ୍ୟ ରାଜ୍ୟକୁ ଗାଡି ଯୋଗେ ଚାଲାଣ କରୁଥିବା ଜଣାପଡିଛି। ଦକ୍ଷିଣ ଭାରତର କିଛି ରାଜ୍ୟରେ ଓ ବଜାରରେ ଗୋ ମାଂସର ଚାହିଦା ଅଧିକା ଥିବା ଯୋଗୁଁ ଅଧିକାଂଶ ଗୋ ସମ୍ପଦ ଏହି ଚାହିଦା ପୂରଣ କରିବା ପାଇଁ ବଲି ପଡିଥାନ୍ତି । ଏହି ଅଞ୍ଚଳରୁ ଓଡିଶା ସମେତ ଅନ୍ୟ ରାଜ୍ୟର ସହର ମାନଙ୍କୁ ଗୋ ମାଂସ ଚାଲାଣ ହେଉଥିବା ନେଇ କିଛି ଗୋରୁ ବେପାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ତେବେ ଏସବୁ ଭିତରେ ଦିନକୁ ଦିନ ଗୋ ସମ୍ପଦ ହ୍ରାସ ପାଉଥିବା ବେଲେ ବେଆଇନ ଗୋ ଚାଲାଣରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇ ଆସୁଛି। ତେବେ କେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପରତା ଦେଖାଇ ବେଆଇନ ଗୋ ଚାଲାଣ ଉପରେ ଲଗାମ ଲଗାଉଛି ତାହା ଦେଖିବାକୁ ବାକି ରହିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।