ମୋଟିଭି ଓଡିଶା : ସୋର : ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଅଙ୍ଗୁଳା ଗ୍ରାମର ଜଣେ ନାବାଳିକା ବେକରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ନାବାଳିକା ଜଣଙ୍କ ହେଲେ ଗ୍ରାମର ନିରଞ୍ଜନ ମହାରଣା ବଡଝିଅ ରାଜଶ୍ରୀ ମହାରଣା (୧୫)।ରାଜଶ୍ରୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢୁଥିଲେ। ଆଜି ମଧ୍ୟାହ୍ନରେ ଟିଉସନରୁ ଫେରିବା ପରେ ଘରେ ଖାଇପିଇ ଶୋଇବାକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ଶୋଇବା ଘର ଫ୍ୟାନରେ ବେକରେ ଆପ୍ରୋନ ଲଗାଇ ଝୁଲୁପଡିଥିଲେ। ଏହା ଦେଖି ତାଙ୍କ ପରିବାର ଲୋକେ ଓ ପଡୋଶୀ ମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ