February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡି ନେତାଙ୍କ ଗାଡ଼ିରୁ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ରେ ବ୍ୟବହୃତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହିତ ପିକଅପ ଜବତ।



ମୋଟିଭି ଓଡିଶା : ତାଜୁଦ୍ଦିନ, ସୋର
ତା – ୨୬/୦୫/୨୦୨୪

ସୋର ପୋଲିସ ହାତରେ ବେଆଇନ ପଥର ବ୍ଲାଷ୍ଟିଂରେ ବ୍ୟବହୃତ ବିସ୍ପରକ ସାମଗ୍ରୀ l ସୋର ବାଗୁଡ଼ି ରେ ବିଜେଡି ନେତାଙ୍କ ଛତ୍ର ଛାୟା ତଳେ ଚାଲିଛି ବେଆଇନ ପଥର ଖନନ, ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଆଇନ ପଥର ଲୁଟ ରେ ସାମିଲ ଥିବା ବିଜେଡି ନେତା ଭ୍ରମରବର ନାୟକ ଓ ତାଙ୍କ ଖାସ ଅନୁଗତଙ୍କ ଗାଡିରୁ ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ସହିତ ପିକଅପ କୁ ଜବତ କରିଛନ୍ତି ସୋର ପୋଲିସ। ସୋର ପୋଲିସ ଦୁଇଟି ସ୍ଥାନ ରେ ଚଢ଼ାଉ କରି 254 ପେକେଟ ବିସ୍ପରକ ସାମଗ୍ରୀ ସହ ଏକ ପିକଅପ ଭ୍ୟାନ ଜବଦ କରିଛନ୍ତି l

ବାଗୁଡ଼ି ଖଞ୍ଜାମହଲ ପାହାଡ଼ ରୁ ପଥର ମାଫିଆ ବେଆଇନ ଭାବରେ ପଥର ଲୁଟ କରି କୋଟି କୋଟି ଟଙ୍କା ରାଜ୍ୟ ର ରାଜସ୍ୱ ହାନି କରୁଥିବା ବେଳେ ଏହି ବେଆଇନ ବିସ୍ଫୋରଣ ପାଇଁ ବାଗୁଡ଼ି ତଥା ଆଖ ପାଖ ଅଞ୍ଚଳ ର ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି। ସୋର ପୋଲିସ ଆଜି ବାଗୁଡ଼ି ଓ ମହୁମୁହାଣ ଅଞ୍ଚଳ ରୁ ଚଢ଼ାଉ କରି ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ବେଳେ ପଥର ମାଫିଆ ମାନଙ୍କୁ ଧରିବା ରେ ଅସମର୍ଥ ହୋଇଛନ୍ତି। ତେବେ ପଥର ମାଫିଆ ଙ୍କୁ ଧରିବାରେ ପୋଲିସ ବିଫଳ ହେଲା ନା ବିଜେଡି ନେତାଙ୍କ ଛାତ୍ର ଛାୟା ତଳେ ରହିଥିବାରୁ ପୋଲିସ ଜାଣିଶୁଣି ସେମାନଙ୍କୁ ଧରି ନଥିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।