February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦମ୍ପତିଙ୍କ ଆତ୍ମହତ୍ୟା

ମୋଟିଭି ଓଡିଶା : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁରେ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ l ଗାଁର ମନୋଜ କୁମାର ମହାକୁଡ଼ ଓ ତାଙ୍କର ପତ୍ନୀ ସସ୍ମିତା ମହାକୁଡ଼ ଗତ ଏକ ବର୍ଷ ପୂର୍ବରୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ l ମନୋଜ ଝାରସୁଗୁଡାରେ ଏକ କମ୍ପାନୀରେ ଲୋକୋ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର ପତ୍ନୀ ସସ୍ମିତା ବିବାହ ପାଖରୁ ତାଙ୍କ ସ୍ୱାମୀଙ୍କ ନିକଟରେ ରହୁଥିବା ବେଳେ ଗତ ୪ମାସ ହେବ ଶଶୁର ଘରେ ରହୁଥିଲେ l

ଗତକାଲି ମନୋଜ କାହାକୁ ନଜଣାଇ ଘରକୁ ପଳାଇ ଆସିଥିଲେ l ତାଙ୍କ ବଡ଼ ଭାଇ ବିଶ୍ୱଜିତ ମହାକୁଡ଼ଙ୍କ କହିବା ମୁତାବକ ଘରେ ତାଙ୍କର ପରିବାର ଲୋକେ ଓ ତାଙ୍କର ପତ୍ନୀ ଖାଇବାକୁ ଡାକିଥିବା ବେଳେ ଖାଇନଥିଲେ l ପରେ ଖାଇବେ କହି ଘରେ ଶୋଇଥିଲେ l ବନ୍ଧୁ ବାନ୍ଧବ ପହଞ୍ଚିବା ପରେ ଘର ଲୋକେ ଡାକିବାରୁ କେହି ଶୁଣିନଥିଲେ l ତେଣୁ ସେ ଶାବଳରେ କବାଟ ତାଡିବା ବେଳେ ବିଦ୍ୟୁତ ଆଘାତ ମଧ୍ୟ ଖାଇଥିଲେ l ତେଣୁ ଲାଇନ କାଟି କବାଟ ତାଡିବା ପରେ ଦମ୍ପତି ଦୁଇ ଜଣକର ମୃତ୍ୟୁ ହୋଇଯାଇଥିଲା l ତେବେ ସେମାନେ ବେକରେ ବିଦ୍ୟୁତ ତାର ଗୋଡ଼ାଇ ଆତ୍ମହତ୍ୟା କରିଥିବା ବଡ଼ ଭାଇ କହିଛନ୍ତି l ପାଖରେ ୩ଟି ମେଡ଼ିସିନ ଷ୍ଟ୍ରିପ ପଡିଥିବାରୁ ଅଧିକ ସନ୍ଦେହ ଆଡକୁ ଯାଉଛି l ତେବେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।