February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଯୁବକ ଗୁରୁତର।


ମୋଟିଭି ଓଡିଶା : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ Antivirus ଚିକିତ୍ସିତ।ସୂଚନାରୁ ଜଣା ପଡିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଭଜାଗଡ ଗ୍ରାମର ଘଟଣା ଚଳିତ ନିର୍ବାଚନ ସମୟରେ ରାଜନୈତିକ ଦଳର ସମର୍ଥନ କୁ ନେଇ ଘଟଣା ଘଟିଛି। ଭଜାଗଡ ଗ୍ରାମର ଦେବରାଜ ଜେନା ବିଜେପି ଦଳକୁ ସମର୍ଥନ କରି କାମକରୁଥିବାରୁ ଉକ୍ତ ଗ୍ରାମର ମନୋଜ ଉଦୟସିଂହ ବିଜେଡି ଦଳକୁ ସମର୍ଥନ କରୁଥିଲେ।ଗତ କାଲି ୨୭.୫.୨୪ ତାରିଖ ସଂନ୍ଧ୍ୟା ସମୟରେ ଦେବରାଜ ଗାଁ ମନ୍ଦିର ମଣ୍ଡପରେ ଶୋଇଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମନୋଜ ଉଦୟସିଂହ ଓ ତାଙ୍କର ଜଣେ ସାଥି ରବିନ୍ଦ୍ର ପ୍ରଧାନ ମିଳିତ ହୋଇ ଅତର୍କିତ ଆକ୍ରମଣ କରି ଥିଲେ। ଆକ୍ରମଣରେ ଦେବରାଜର ମୁହଁରେ ଶକ୍ତ ଆଘାତ ଲାଗିଥିଲା। ଦେବରାଜକୁ ପ୍ରଥମେ ଟାଗିଂ ଓ ପରେ ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱର କ୍ୟାପିଟାଲ ହସପିଟାଲକୁ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି। ଏନେଇ ଦେବରାଜର ମା ଡଲି ଜେନା ଟାଗିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।