February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜସ୍ୱ ନିରୀକ୍ଷକଙ୍କୁ ତହସିଲ କାର୍ଯ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା।

ମୋଟିଭି ଓଡିଶା : କଳାହାଣ୍ଡି ୨୮/୦୫/୨୪


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ କୁସୁମଖୁଣ୍ଟି ରାଜସ୍ୱ ନିରୀକ୍ଷକ ଅଗ୍ନି କୁମାର ନାଏକ ଚାକିରୀ ଜୀବନରୁ ଅବସର ନେବାପରେ ମଙ୍ଗଳବାର କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ରାଜସ୍ୱ ସୁପରଭାଇଜର ଅଜୟ ରାଜ ଶିଖା, ମୁଖ୍ୟ କିରାଣୀ ଧବଳେଶ୍ବର ବେହେରା, ଅତିରିକ୍ତ ରାଜସ୍ୱ କିରାଣୀ ଶୁଭେନ୍ଦୁ ରାଉତ, କୁସୁମଖୁଣ୍ଟି ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବୈଷ୍ଣବ ଗୁରୁ, ଡହଗାଁ ରାଜସ୍ବ ନିରୀକ୍ଷକ ରାଧା ଗୋବିନ୍ଦ ପଟ୍ଟନାୟକ,ଗୋତମୁଣ୍ଡା ରାଜସ୍ବ ନିରୀକ୍ଷକ ଛନ୍ଦା ଚରଣ ଖମାରି,କୋକସରା ରାଜସ୍ୱ ନିରୀକ୍ଷିକା ମମତା ସାଏ, ରାଜସ୍ୱ ନିରୀକ୍ଷକ କାଶିବାହଲ ଜୟସିଂ ଶବର, ଲଡୁଗାଁ ରାଜସ୍ବ ନିରୀକ୍ଷକ ବିମଲ ପୁଝାରି ସମେତ ତହସିଲ କର୍ମଚାରୀ ଉପେନ୍ଦ୍ର ନାଏକ, ପ୍ରମୋଦ କୁମାର ମାଝୀ, ସନ୍ତୋଷ କୁମାର ପଟ୍ଟନାୟକ, ଅଭିଳାଷ ଦାସ, ଭବାନୀ ଶଙ୍କର ଖମାରି, ହିମାଂଶୁ ନାଏକ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଆର.ଆଇ ଶ୍ରୀ ନାଏକ ଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ଦେବାସହ ଦୀର୍ଘବର୍ଷ ଜଣେ କର୍ତ୍ତବ୍ୟନିଷ୍ଟ ଓ ମେଳାପୀ କର୍ମଚାରୀ ଭାବେ ଲୋକଙ୍କ ସେବା ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଦେବାସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।