February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ : ୧ ମୃତ, ୩୫ରୁ ଉର୍ଦ୍ଧ୍ବ ଆହତ

ମୋଟିଭି ଓଡିଶା : ପୁରୀ : ଶ୍ରୀକ୍ଷେତ୍ର ଭଉଁରି ଯାତରେ ବୁଧବାର ଘଟିଛି ଅଘଟଣ। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ଓ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଶିଶୁ ବି ରହିଛନ୍ତି। ଅଧିକାଂଶଙ୍କ ଶରୀର ୭୦ରୁ ୮୦ ପ୍ରତିଶତ ପୋଡ଼ି ଯାଇଛି।

ସୂଚନା ଅନୁଯାୟୀ,ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଚାଲିଛି। ରାତିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିଥା’ନ୍ତି। ଏହି ଚାପ ବେଳେ ଆଗରୁ କାଁଭାଁ ବାଣ ଫୁଟିଥାଏ। ଗତକାଲି ଚନ୍ଦନଯାତ୍ରାର ୨୦ତମ ଦିବସରେ ଥିଲା ଭଉଁରୀ ଯାତ। ରାତି ପ୍ରାୟ ସାଢ଼େ ୧୦ଟା ୪୫ରୁ ୧୧ଟା ମଧ୍ୟରେ ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପଖେଳ ଦେଖୁଥିଲେ।

ଏହି ସମୟରେ ଦେବୀଘାଟ ପଟେ ହଠାତ ଭୟଙ୍କର ଭାବେ ବାଣ ଫୁଟିଥିଲା। ଏତେ ସଂଖ୍ୟାରେ ବାଣ ଗୋଟିଏ ଜାଗାରେ ଫୁଟିଥିଲା ଯେ ନିଆଁପିଣ୍ଡୁଳା ଭଳି ଝୁଲ ବହୁ ଉଚ୍ଚକୁ ଉଠିଥିଲା। ଏଥିରେ ଠାକୁରଙ୍କ ଚାପ ଦେଖୁଥିବା ଭକ୍ତମାନେ ପୋଡ଼ି ହୋଇଯାଇଥିଲେ। ଜୀବନ ବଞ୍ଚାଇବାକୁ କେତେଜଣ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁ ପଡ଼ିଥିଲେ। ଆହତଙ୍କ ଶରୀର ଏମିତି ପୋଡ଼ି ଯାଇଥିଲା ଯେ ଦେଖିବା ବି କଷ୍ଟକର। ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ‌‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତରଙ୍କ ଅବସ୍ଥା ଏପରି ଥିଲା ଯେ ସେମାନଙ୍କୁ ତୁରନ୍ତ କଟକ ଓ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ମେଡିକାଲ ପହଞ୍ଚିବା ପୂର୍ବରୁ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଗତକାଲି ରାତିରେ କଟକ ବଡ଼ ମେଡିକାଲ୍‌ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆହତମାନଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏଥି ସହିତ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ କଟକ ଏସସିବି, ଭୁବନେଶ୍ବର ସମ୍‌, ସମ୍‌ ଅଲ୍ଟିମେଟ, ଏମସ୍‌, ହାଇଟେକ ହସ୍ପିଟାଲରେ ମଧ୍ୟ କିଛି ଗୁରୁତର ଆହତ ଚିକିିତ୍ସିତ ହେଉଛନ୍ତି। ସମସ୍ତଙ୍କୁ ମାଗଣା ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।