ମୋଟିଭି ଓଡିଶା : କଳାହାଣ୍ଡି ୩୦/୦୫(ସନତ ପ୍ରଧାନୀ) :
ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଗ୍ରାମ ପରିମଳ ବ୍ୟବସ୍ଥା କୁ ସ୍ୱଚ୍ଛ ରଖିବା ପାଇଁ ପ୍ରତି ପଞ୍ଚାୟତ ପକ୍ଷରୁ ଗ୍ରାମ ରେ ଥିବା ଡ୍ରେନ ର ମଇଳା ଆବର୍ଜନା ସଫା କରିବା ପ୍ରାଥମିକତା ରହିଥାଏ। ତେବେ କୋକସରା ବ୍ଲକ ସଦର କୋକସରା ଗ୍ରାମ ପଞ୍ଚାୟତ କୋକସରା ସଦର ମହକୁମା ଏକ ବ୍ଲକ ମୁଖ୍ୟାଳୟ ହୋଇଥିବା ବେଳେ ଅନେକ ଦୋକାନ ବଜାର ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ଜାତୀୟ ରାଜପଥ ୨୬ କୋକସରା ଦେଇ ଯାଇଥିବା ବେଳେ ରାସ୍ତା ର ଦୁଇ କଡ଼ ରେ ଅନେକ ଦୋକାନ ବଜାର ଗଢି ଉଠିଛି।ତେବେ ଅନେକ ସ୍ଥାନରେ କିଛି ଉଠା ଦୋକାନ ମାଲିକ ଓ ଵ୍ୟଵସାୟୀ ମାନେ ଡ୍ରେନ କୁ ଜବରଦଖଲ କରି ଡ୍ରେନ ଉପରେ ନିଜର ବ୍ୟବସାୟିକ ଦୋକାନ ବଜାର କରି ଡ୍ରେନ କୁ ଅବରୋଧ କରିବା ସହ ଅନେକ ସ୍ଥାନରେ ଡ୍ରେନ କୁ ପୋତି ସାରିଲେଣି।ଫଳରେ ଅଳ୍ପ ବର୍ଷା ହେଲେ ଡ୍ରେନ ରୁ ମଇଳା ଆବର୍ଜନା ପାଣି ନିଷ୍କାସନ ହୋଇ ନପାରି ମୁଖ୍ୟ ରାସ୍ତା ରେ ଲହଡି ମାରୁଛି। ଆଗକୁ ବର୍ଷା ଦିନ ଆସିବା ପୂର୍ବରୁ ଯଦି ଡ୍ରେନ ର ପୁନରୁଦ୍ଧାର ନହୁଏ ତାହେଲେ ବର୍ଷା ଦିନ ରେ ପରିମଳ ବ୍ୟବସ୍ଥା ଅସମ୍ଭାଳ ହୋଇ ପଡିବା ନେଇ ଆଶଙ୍କା ରହିଛି। କିଛି ସୁବିଧାବାଦୀ ଲୋକେ ଡ୍ରେନ ଉପରେ ଦୋକାନ ଘର କରି ଭଡା ରେ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଗ୍ରାମ ପଞ୍ଚାୟତ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳ ସ୍ୱରୂପ ଡ୍ରେନ କୁ ଜବରଦଖଲ କରି କିଛି ମୁନାଫାଖୋର ଲୋକେ ନିଜର ସ୍ୱାର୍ଥ ହାସଲ କରିଛନ୍ତି। ଏନେଇ କୋକସରା ଗ୍ରାମ ପଞ୍ଚାୟତ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ପ୍ରତିକ୍ରିୟା ନେବାରୁ ପଞ୍ଚାୟତ ପକ୍ଷରୁ ଡ୍ରେନ ଜବର ଦଖଲ କରି ରଖିଥିବା ଲୋକ ଙ୍କୁ ନୋଟିସ କରାଯିବ, ଯଦି ସେମାନେ ଜବର ଦଖଲ ଉଚ୍ଛେଦ ରେ ସହଯୋଗ ନକରନ୍ତି ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ