ମୋଟିଭି ଓଡିଶା : ଆଜି ପଡିବ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ। ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ୍ ଗଣତି । ଆଶଙ୍କାରେ ନେତା। ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ସମସ୍ତ ୭୦ କେନ୍ଦ୍ରରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ଲୋକସଭା ନିର୍ବାଚନରେ ପ୍ରାୟ ୧ ଲକ୍ଷ ୪୭ ହଜାର ଓ ବିଧାନସଭାରେ ପ୍ରାୟ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି କରାଯିବ। ପ୍ରତିଟି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେବ। ଏଥିପାଇଁ ପ୍ରତି ଟେବୁଲରେ ରହିଛନ୍ତି ଜଣେ ଏଆରଓ। ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍ ପେଡି। ମୋଟ୍ ୩ ହଜାର ୫୮୯ ଟେବୁଲରେ ଇଭିଏମ୍ ଗଣତି କରାଯିବ। ବିଧାନସଭା ପାଇଁ ୧ ହଜାର ୭୯୯ ଏବଂ ଲୋକସଭା ପାଇଁ ୧ ହଜାର ୭୯୦ କାଉଟିଂ ଟେବୁଲ କରାଯାଇଛି। ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି।
More Stories
ଦୁଇ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ହେବ ଆଇଟି ହବ ।
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।