January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାଣନ୍ତୁ କିଏ କେଉଁଠୁ ଜିତିଲେ,ରାଜ୍ୟରେ ହେଭିୱେଟ୍ ନେତାଙ୍କ ପରାଜିତ…..

ରାଜ୍ୟରେ ୨୫ ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡ଼ିଛି । ବିଜେଡିର ବହୁ ହେଭିୱେଟ୍ ନେତା ପରାଜିତ ହୋଇଛନ୍ତି | ରାଜ୍ୟରେ ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ବିଜେପି ୮୦ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର ୪୭ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଅଛନ୍ତି । ମାହାଙ୍ଗା ଓ ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ରାଉରକେଲା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର ହାଇପ୍ରୋଫାଇଲ ନେତା ଦିଲ୍ଲୀପ ରାୟ ଓ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ପରାସ୍ତ ହୋଇଛନ୍ତି । ମାହାଙ୍ଗା ଓ ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଭୁବନେଶ୍ୱର- ବିଜେପିର ବାବୁ ସିଂ ବିଜୟୀ
ବୌଦ୍ଧ- ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ
ଟିଟିଲାଗଡ଼ – ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ
କରଞ୍ଜିଆ- ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ
ବଡ଼ଚଣା-ବିଜେପି ପ୍ରାର୍ଥୀ ଅମର ନାୟକ ବିଜୟୀ
ରାଉରକେଲା- ବିଜେଡି ବିଧାୟକ ଶାରଦା ନାୟକ ପୁଣିଥରେ ବିଜୟୀ
ମାହାଙ୍ଗା-ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ବିଜୟୀ
ଧର୍ମଶାଳାରୁ- ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜୟୀ
ଖୋର୍ଦ୍ଧା -ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ
ଚିଲିକା – ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ବିଜୟୀ
କଟକ- ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ
କୋରାପୁଟ -ବିଜେପିର ରଘୁରାମ ମାଛ ବିଜୟୀ
ଧାମନଗର -ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଜୟୀ
କଂଟାମାଳ – ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବିଜୟୀ
ଫୁଲବାଣୀ -ବିଜେପିର ବିଧାୟକ ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ
ଘଷିପୁରା- ବିଧାୟକ ବଦ୍ରିନାରାୟଣ ପାତ୍ର ପୁଣିଥରେ ବିଜୟୀ
ପାଟକୁରା-ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ
ଯଶୀପୁର-ବିଜେପି ବିଧାୟକ ଗଣେଶରାମ ସିଂ ଖୁଂଟିଆ ନିଜର ସିଟ୍ ବଜାୟ ରଖିଛନ୍ତି ।
ଖଣ୍ଡପଡ଼ା-ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ ବିଜୟୀ
ବ୍ରଜରାଜନଗର-ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ
ଝାରସୁଗୁଡ଼ା-ବିଜେପି ପାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ
ଚିତ୍ରକୋଣ୍ଡା- କଂଗ୍ରେସର ମଙ୍ଗୁ ଖିଲ ବିଜୟୀ
ରଘୁନାଥପାଲ୍ଲୀ -ବିଜେପି ପାର୍ଥୀ ଦୁର୍ଗା ତନ୍ତୀ ବିଜୟୀ
ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ
ବରି- ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ବିଜୟୀ
କୁଚିଣ୍ଡା- ବିଜେପିରବି ନାଏକ ବିଜୟୀ
ଭୁବନେଶ୍ୱର ମଧ୍ୟ-ବିଜେଡି ଅନନ୍ତ ନାରାୟଣ ଜେନା ବିଜୟୀ
ବାଙ୍କି- ବିଜେଡି ଦେବୀପ୍ରସାଦ ତ୍ରିପାଠୀ ବିଜୟୀ
ଦଶପଲ୍ଲା- ବିଜେଡି ବିଧାୟକ ରମେଶ ବେହେରା ବିଜୟୀ
ବିଂଝାରପୁର-ବାଚସ୍ପତି ପ୍ରମିଳା ମଲ୍ଲିକ ବିଜୟୀ
ଆଠମଲ୍ଲିକ- ବିଜେଡି ନଳିନୀକାନ୍ତ ପ୍ରଧାନ ବିଜୟୀ
ଆଳି-ମନ୍ତ୍ରୀ ପ୍ରତାପ ଦେବ ବିଜୟୀ
ଅନୁଗୁଳ- ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନ ବିଜୟୀ
ଜଗତସିଂହପୁର – ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜୟୀ
ଭଞ୍ଜନଗର-ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ବିଜୟୀ
ମହାକାଳପଡ଼ା -ବିଜେପିର ଦୁର୍ଗାପ୍ରସନ୍ନ ନାୟକ ବିଜୟୀ

କଟକ-ବାରବାଟୀ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶ ବିଜୟୀ

ନିମାପଡା- ବିଜେପି ପାର୍ଥୀ ପ୍ରଭାତୀ ପରିଡା ବିଜୟୀ

Latest news