ମୋଟିଭି ଓଡିଶା / କଳାହାଣ୍ଡି:୦୮/୦୬(ସନତ ପ୍ରଧାନୀ)
ସମ୍ବଲପୁର ଜ୍ୟୋତି ବିହାର ର ଓଡ଼ିଆ ବିଭାଗର ଓଡ଼ିଆ ପ୍ରଫେସର ଡକ୍ଟର ଗୋପୀନାଥ ବାଗ ବିଭିନ୍ନ ସମୟରେ ରୋଗୀ ସେବା କରି ଚର୍ଚ୍ଚାକୁ ଆସିଛନ୍ତି। ସେ ମହାମାରୀ କରୋନା ସମୟରେ ମଧ୍ୟ ରୋଗୀ ଓ ଜନସାଧାରଣଙ୍କ ପାଇଁ ସେବା ଯୋଗାଇ ଜଣେ ଦରଦୀ ମଣିଷର ପରିଚୟ ଦେଇଥିବା ବେଳେ ଯେତେବେଲେ କର୍ମମୟ ଜୀବନରୁ ଗାଁ କୁ ଆସନ୍ତି ଏମିତି ଜନସେବା କରିଥାନ୍ତି।
ଶନିବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଫଳମୂଳ ସହ ଛତା ବଣ୍ଟନ କରିଥିଲେ। ଏହି ସମାୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତତ୍ୱଦର୍ଶୀ ଦାସ, ଯୁବ ସମାଜସେବୀ ଖୁଶିରାମ ରାଉତ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, କମଳାକାନ୍ତ ଚିନ୍ଦା, କ୍ଷୀରସିନ୍ଧୁ ପ୍ରଧାନୀ, ବବୃ ବାହାନ ବିଶି, ବସନ୍ତ ପଟ୍ଟନାୟକ, କର୍ମଚାରୀ କେତନ ପାତ୍ର, କୃଷ୍ଣ ଜିତ ସିଂ ରାଜପୁତ, ଆଶା କର୍ମି ବେଳମତି ଶବର ପ୍ରମୁଖ ଉପସ୍ଥିତ ଥିଲେ।
More Stories
ସାଂସ୍କୃତିକ ସନ୍ଧ୍ୟା ରେ ଦୁଲୁକିଲା ଗୁଡହାଣ୍ଡି ମଞ୍ଚ
କୋଷ୍ଟାଲ ହାଇଓ୍ବେ ପାଇଁ ସର୍ବସାଧାରଣ ଜନ ଶୁଣାଣି
ଦିନରାତି ବେଧଡ଼କ ଭାବେ ଚାଲିଛି ମାଙ୍କଡା ପଥର ଓ ମୋରମ ଲୁଟ ପ୍ରଶାସନ ଜଳକା।