ଗଞ୍ଜାମରୁ ଭଗବାନ ପାଢୀଙ୍କ ରିପୋଟ – ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ପନ୍ଦରା ସାହିରେ ବଳମ୍ବିତ ରାତିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ l ଘରେ ସୋଇଥିବା ସମୟରେ ଯୁବକ କୁ ମାରଣାସ୍ତ୍ର ରେ ହାଣି ହତ୍ୟା କରିଛନ୍ତି ଦୁର୍ବୁତ୍ତ l ମୃତକ ସେହି ଗ୍ରାମର ମୁରଲୀ ବାଡ଼ତ୍ୟା ହୋଇଥିବା ବେଳେ ଗତ ରାତିରେ ମୁରଲୀ ଘରେ ସୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ସୋଇଥିଲେ l ବିଳମ୍ବିତ ରାତିରେ ବାପା ପାଣି ପିଇବାଲାଗି ଘରଭିତର କୁ ଯାଇ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ପାଇ ଚିକିତ୍ସା ନିମନ୍ତେ ହଞ୍ଜିଳିକାଟୁ ମେଡ଼ିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l
ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଦିନ ତଳେ ଗ୍ରାମରେ ଦଣ୍ଡନାଚ ସମୟରେ ହୋଇଥିବା ଗଣ୍ଡଗୋଳ କାରଣ କୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି l
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।