January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜନୀତିରୁ ସନ୍ୟାସ ଘୋଷଣା କଲେ ପାଣ୍ଡିଆନ

ମୋଟିଭି ଓଡିଶା ବ୍ୟୁରୋ : ପାଣ୍ଡିଆନଙ୍କ ଘର ବାହାରୁ ହଟିଲେ ପୋଲିସ । ପାଣ୍ଡିଆନଙ୍କୁ ସୁରକ୍ଷା ପାଇଁ ତାଙ୍କ ଘର ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ନିର୍ବାଚନ ଫଳାଫଳ ବାହାରିବା ସମୟରେ ଏହି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା । ଜଣେ ବିଜେଡି ନେତାଙ୍କୁ କାହିଁକି ଏତେ ସୁରକ୍ଷା ଦିଆଯାଉଛି ବୋଲି ବିଭିନ୍ନ ସମୟରେ ବିବାଦ ଦେଖାଯାଇଥିଲା । ଏବେ ପାଣ୍ଡିଆନଙ୍କ ଘର ଆଗରୁ ପୋଲିସ ଫୋର୍ସକୁ ହଟାଇ ଦିଆଯାଇଛି ।

ସେହିପରି  ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ। ଆଉ କ୍ଷମା ମଧ୍ୟ ମାଗିଲେ। କହିଲେ ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ  ଦୁଃଖୀତ । ବିଜୁ ଜନତା ଦଳର ପରାଜୟ ପାଇଁ ମାଗିଲେ କ୍ଷମା। ହାତ ଯୋଡି ବିଜୁ ପରିବାର  ଓ କର୍ମୀମାନଙ୍କୁ  ମାଗିଲେ କ୍ଷମା। ମୋର ଏହି ଯାତ୍ରା ଭିତରେ କାହାକୁ କଷ୍ଟ ହୋଇଥିଲେ ମୁଁ ଦୁଃଖିତ । ମୋ ପ୍ରଚାର ଯୋଗୁଁ ବିଜେଡ଼ି ବିରୋଧରେ ଯେଉଁ ନ୍ୟାରେଟିଭ ତିଆରି ହେଲା, ସେଥିପାଇଁ ମୁଁ ବିଜୁ ପରିବାର ଓ ବିଜେଡ଼ି କର୍ମୀଙ୍କୁ କ୍ଷମା ମାଗୁଛି ।

ଆହୁରି ମଧ୍ୟ କହିଛନ୍ତି ମୋ ମେଣ୍ଟର ନବୀନ ପଟ୍ଟନାୟକଙ୍କୁ ସହାୟତା କରିବା ପାଇଁ ରାଜନୀତିକୁ ଆସିଥିଲି  । ମୋର ଆଉ କିଛି ଆଶା ନଥିଲା, ସେଥିପାଇଁ ମୁଁ ପ୍ରାର୍ଥୀ ହେଲି ନାହିଁ କିମ୍ବା କୌଣସି ଦଳୀୟ ପଦ ପଦବୀରେ ରହିଲି ନାହିଁ । ପୈତୃକ ସମ୍ପତ୍ତି ଛଡ଼ା ପୃଥିବୀର କୌଣସି ଜାଗାରେ ମୋର କିଛି ସମ୍ପତ୍ତି ନାହିଁ । ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ବେଳେ ଯେତିକି ସମ୍ପତ୍ତି ଥିଲା ଏବେ ବି ମୋର ସେତିକି ସମ୍ପତ୍ତି ଅଛି । ତେବେ ବିଜେଡିରେ ବଢୁଥିବା ବିଦ୍ରୋହ କୁ ଦେଖି ପାଣ୍ଡିଆନ ରାଜନୈତିକ ସନ୍ନ୍ୟାସ ଘୋଷଣା କରିଥିବା ଚର୍ଚ୍ଚା ଜୋର ଧରିଲା।   

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।