ମୋଟିଭି ଓଡିଶା / ନୂଆ ଦିଲ୍ଲୀ :
ଦେଶରେ ସାଧାରଣ ନିର୍ବାଚନ ଶେଷହୋଇ ନୂଆ ସରକାର ଗଠନ ହୋଇଛି | ଏହା ପରେ ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି | ଏଥିପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୭ ରାଜ୍ୟରେ ଭୋଟିଂ ହେବ। ବିହାରର ୧ ଆସନ, ତାମିଲନାଡୁର ୧, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରପ୍ରଦେଶର ୨, ପଞ୍ଜାବର ୧ ଏବଂ ହିମାଚଳର ୩ଟି ଓ ପଶ୍ଚିମବଙ୍ଗର ୪ଟି ଅସନରେ ମତଦାନ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ଉପରେ ଜୁନ ୧୪ରେ ବିଜ୍ଞପ୍ତି ଜାରି କରାଯିବ।ନାମାଙ୍କନ ପତ୍ରର ଶେଷ ତାରିଖ ଜୁନ ୨୧ ହେବ। ଜୁନ ୨୪ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ ୨୬ ସ୍ଥିର କରାଯାଇଛି। ଜୁଲାଇ ୧୦ରେ ମତଦାନ ହେବ। ଜୁଲାଇ ୧୩ରେ ଫଳାଫଳ ଆସିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
More Stories
ଜାଡ଼ରେ ଥରୁଛି ଓଡ଼ିଶା
୧୨୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।
ଶୀତର ତାଣ୍ଡବ