ମୋଟିଭି ଓଡିଶା / ସୋର : ୧୦/୦୬/୨୦୨୪
ଜଣେ ଯୁବକ ଗତ ତିନି ତାରିଖରୁ ନିଖୋଜ ଥିବା ବେଳେ ଆଜି ତାଙ୍କର ଗଳିତ ଶବକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୋର ଥାନା ପଠାଣ ମହାଲ୍ଲା ଗ୍ରାମର ଶେଖ ଜୁଲଫୁକର ଗତ ତିନି ତାରିଖ ଅପରାହ୍ଣରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ସୋର ଥାନାରେ ନିଖୋଜ ଥିବା ନେଇ ଏକ ଅଭିଯୋଗ ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ।
ଆଜି ମଧ୍ୟାହ୍ନରେ ସୋର ଥାନା ସାଦମାପୁର ଠାରେ ଏକ ପରିତ୍ୟକ୍ତ ଜଙ୍ଗଲରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିବା ସମୟରେ ତାହା ଶେଖ ଜୁଲଫୁକରଙ୍କର ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ସେଠାରେ ପହଂଚି ଶବକୁ ଚିହ୍ନିବା ପରେ ପୁଲିସ ଶବ ବ୍ୟବଛେଦ ପାଇଁ ସୋର ଡକ୍ଟରଖାନାକୁ ନେବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ