February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ।

କଳାହାଣ୍ଡି:୦୬/୦୪-କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ରୁ ସୁପାଡ଼ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ର ଏକ ପରିତ୍ୟକ୍ତ ରାଇସ ମିଲ ରେ ଘୁଡୁଘୁଡି ପଟି ଜୁଆ ଖେଳ ଶୁକ୍ରବାର ବିଳମ୍ବିତ ରାତିରେ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇବା ପରେ କୋକସରା ପୁଲିସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରିଥିଲେ, ତେବେ ଏହି ସମୟରେ ଜୁଆ ଖେଳୁଥିବା ଲୋକେ ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ପକ୍ଷରୁ ଘୁଡୁଘୁଡି ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ସହ ୧୫ ବାଇକ ଓ ନଗଦ ୩୩ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଜବତ ହୋଇଥିବା ୧୫ ବାଇକ କୁ ପୁଲିସ ଟ୍ରାକ୍ଟର ରେ ଥାନା କୁ ଆଣି ଅଟକ ରଖିଛି। ଓ ରାତି ରେ ୯ ଜଣ ଙ୍କୁ ଅଟକ ରଖି ପରେ ଥାନା ବେଳ ବଣ୍ଡ ରେ ଛଡା ଯାଇଥିବା ସୂଚନା ମିଳିଛି। ଏନେଇ କୋକସରା ଥାନା ତଦନ୍ତକାରୀ ପୁଲିସ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାରୁ ସୂଚନା ମିଳିବା ପରେ ଶୁକ୍ରବାର ରାତିରେ ଚଢ଼ାଉ ହୋଇଥିଲା । ୧୫ ବାଇକ ସହ ୩୩ ହଜାର ଟଙ୍କା ଓ ଘୁଡୁଘୁଡି ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଏ ସଂକ୍ରାନ୍ତରେ କୋକସରା ଥାନା କେଶ ନମ୍ବର ୮୩/୨୪ ଓ (୩) ଓପିଜି ଧାରା ରେ କେଶ ପଞ୍ଜିକୃତ ହୋଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।