January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ମୋଟିଭି ଓଡିଶା / ନୂଆ ଦିଲ୍ଲୀ :

କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ ଶୀଘ୍ର ଫେରିବା ନେଇ କୁଏଟ୍‌ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ବୟ ରକ୍ଷା କରିଥିଲେ।

ବିମାନଟି କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଏର୍ନାକୁଲମ ରେଞ୍ଜ ଡିଜି ପୁଟା ବିମଲାଦିତ୍ୟ କହିଛନ୍ତି, ‘ମୃତଦେହ ଗ୍ରହଣ କରିବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛୁ। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛୁ। ମୃତଦେହ ମିଳିବା ମାତ୍ରେ ଯଦି ସେମାନେ ଯାଆନ୍ତି ସେମାନଙ୍କୁ ଉପଯୁକ୍ତ ଢଙ୍ଗରେ ନିଆଯିବ ୨୩ଟି ମୃତଦେହ କେରଳର, ୭ଟି ତାମିଲନାଡୁର ଏବଂ ଗୋଟିଏ କର୍ଣ୍ଣାଟକ ର l କୁଏଟ୍‌ରୁ ବିମାନ ଛାଡ଼ିବା ପୂର୍ବରୁ କୁଏଟ୍‌ରେ ଥିବା ଭାରତୀୟ ଦୂତାବାସ ଭାରତୀୟ ବାୟୁସେନାର ଏହି ସ୍ବତନ୍ତ୍ର ବିମାନର ‘ଏକ୍ସ’ ହ୍ୟାଣ୍ଡେଲରେ ବିଦାୟ ନେଇଥିବା ଖବର ପୋଷ୍ଟ କରିଥିଲା। ଭାରତୀୟ ଦୂତାବାସ ଏକ୍ସରେ ଲେଖିଛି, କୁଏଟ୍‌ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତଦେହ ଧରି କୋଚି ଅଭିମୁଖେ ଯାଉଛି। ଏହି ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କୁଏଟ୍‌ଣ ମଙ୍ଗଫ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଅଗ୍ନିକାଣ୍ଡରେ ୪୯ ଜଣ ବିଦେଶୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ପିଟିଆଇ ଅନୁଯାୟୀ,କୁଏଟ୍‌ର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ଫାହଦ ଅଲ୍‌-ୟୁସୁଫ୍‌ ଅଲ-ସାବ କହିଛନ୍ତି, ଅଧିକାରୀମାନେ ୪୮ଟି ମୃତଦେହ ଚିହ୍ନଟ କରିଛନ୍ତି, ସେଥିମଧ୍ୟରୁ ୪୫ ଜଣ ଭାରତୀୟ ଏବଂ ତିନୋଟି ଫିଲିପାଇନ୍ସ। ଅବଶିଷ୍ଟ ମୃତଦେହକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଭାରତୀୟ କେରଳର।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।