କଳାହାଣ୍ଡି:୦୭/୦୪ – ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ଦଲୀୟ ଟିକେଟ ମିଳିବା ପରେ ପ୍ରାର୍ଥୀ ମାନେ ଏକ ପ୍ରକାର ଦଲୀୟ କର୍ମକର୍ତ୍ତା ଙ୍କୁ ନେଇ ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି।।ରବିବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ଦଳ ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ରାଉତ କୋକସରା କଂଗ୍ରେସ ଭବନ କାର୍ଯ୍ୟାଳୟ ରେ ପହଞ୍ଚି ଦଳ ର ବରିଷ୍ଠ କର୍ମକର୍ତ୍ତା ଙ୍କୁ ଭେଟି ନିର୍ବାଚନ ରଣନୀତି ଉପରେ ଆଲୋଚନା କରିବା ପରେ ଦଲୀୟ କର୍ମକର୍ତ୍ତା ଙ୍କ ସହ କୋକସରା ସଦର ମହକୁମା ର ବିଭିନ୍ନ ପଡା ରେ ପହଞ୍ଚି ନିଜ ସପକ୍ଷରେ ଜନମତ ଦେବାକୁ ଅନୁରୋଧ କରିଥିଲେ।
କଂଗ୍ରେସ ଦଳ ପକ୍ଷରୁ ଘୋଷଣା ହୋଇଥିବା ୯ ଗୋଟି ଗ୍ୟାରେଣ୍ଟି କୁ ନେଇ ଲୋକଙ୍କୁ ଭେଟି କଂଗ୍ରେସ ହିଁ ଆପଣଙ୍କ ସୁଖଦୁଃଖ ର ସାଥି ବୋଳି କହିଥିଲେ। ପରେ ସେ ଆମପାଣି ପହଞ୍ଚିବା ପରେ ଦଲୀୟ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ପ୍ରଭୁ ବୁଢ଼ାରଜା ମନ୍ଦିର ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ ଓ ଆମପାଣି ଗ୍ରାମ ର ବିଭିନ୍ନ ପଡା କୁ ଯାଇ ଜନ ସାଧାରଣ ଙ୍କୁ ଭେଟି ଜନ ସମର୍ଥନ ଲୋଡିଥିଲେ। ତାଙ୍କ ସହ କଂଗ୍ରେସ ର ବରିଷ୍ଠ ନେତା ନିମାଇଁ ଚରଣ ଧ. ମାଝୀ,ମଣିଭଦ୍ର ପଣ୍ଡା,ପୁରୁଷୋତ୍ତମ ଗୁପ୍ତା, ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା ଯାଦବ,ତ୍ରିଭୁବନ ନାଏକ, ନବୀନ ନାଏକ, ଅଭିମନ୍ୟୁ ପଟ୍ଟନାୟକ ନାରିନେତ୍ରୀ ତପସ୍ୱିନୀ ପ୍ରଧାନୀ,ଫୁଲତୋଳା ଖମାରି,ମାଧୁରି ନିଆଲ ସମେତ ଶତାଧିକ ଦଲୀୟ କର୍ମି ଉପସ୍ଥିତ ଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।