January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଭାଜପା ପକ୍ଷରୁ ଅଭିଯୋଗ


5 T ଓ ମୋ ସରକାର ବୋର୍ଡ ହଟାଇବା ପାଇଁ ଭାଜପାର ଦାବି।


ମୋଟିଭି ଓଡ଼ିଶା/ ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ)

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାଜପା କର୍ମକର୍ଭାମାନେ ପହଞ୍ଚି ସେଠାରେ ଲାଗିରହିଥିବା ଏକାଧୃକ ଅବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃ ବିଭାଗରେ ରହୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଭେଟି ସେମାନଙ୍କ ଅସୁବଧା ବିଷୟରେ ଅବଗତ ହୋଇଥିଲେ। ବିଶେଷ କରି ଦାରିଙ୍ଗବାଡ଼ି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଅନ୍ଧାରରେ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଜେନେଟର ସୁବିଧା ଥାଇ ମଧ୍ଯ କୌଣସି କାରଣରୁ ତାକୁ ବ୍ୟବହାର କରାଯାଉ ନ ଥ୍ବବା ସହ ୪ଟି ଶୌଚାଳୟକୁ ରୋଗୀଙ୍କ ପାଇଁ ଖୋଲା ଯାଇଥିବା ବେଳେ ୮ ଗୋଟି ଶୈଚାଳୟରେ ତାଲା ପଡିଥିବା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ଯ ତାକ୍ତର ଯାକେଶ ସମନ୍ତରାୟଙ୍କୁ ଭେଟି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଦାବ କରିଥ୍‌ଲେ।

ସେହପରି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଜଳ ଯୋଗାଣ କରାଯାଉ ନ ଥବବାରୁ ଯେଉଁ ସମସ୍ୟା ଦେଖାଯାଉଛି ତା’ର ଶୀଘ୍ର ସମାଧାନ କରାଯିବାକୁ ଦାବି କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ କାଯ୍ଯରତ ଡାକ୍ତରମାନେ ପାଳି କରି ଡିଉଟି କରୁଥିବା ଭାଜପା କର୍ମଚାରୀ ମାନେ ଅଭିଯୋଗ କରିଥିଲେ ଏହି ଟିମ୍‌ରେ ଭାଜପାର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୂଙ୍କ ସମେତ ଦଳର ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ହରେନ କୁମାର ସାହ୍ଦ ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପୀଦକ ମିଟୁ ସାହୁ ଯୁବ ମୋର୍ଚ୍ଚାସଭାପତି ରୁଦ୍ଧନାରାୟଣ ବେହେରାଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

ଏ ନେଇ ମେଡିକାଲ ଇନଚାର୍ଜ ଯାକେଶ ସାମନ୍ତରାୟଙ୍କୁ ପଚାରିବାରୁ ଭାଜପା ଆଣିଥିବା ଅଭିଯୋଗରେ ସତ୍ୟତା ରହିଥ୍ଵବା ସେ ସ୍ବୀକାର କରିବା ସହ ଯଥାଶୀଘ୍ର ସମାଧାନ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତ। ସେପଟେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲାଗିଥିବା 5 T ଓ ମୋ ସରକାର ବୋର୍ଡ ହଟାଇବା ପାଇଁ ଭାଜପା ଦାବିକରିଥିଲା ।

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।