ମୋ ଟିଭି ଓଡିଶା ବ୍ୟୁରୋ :
ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା। ପୁଣି ଥରେ ଉଠିଲା ମମିତା ମେହେର ହତ୍ୟାକାଣ୍ଡ ଘଟଣା। ପୁଣି ଉଠିଲା CBI ତଦନ୍ତ ଦାବି। ମମିତାଙ୍କ ପରିବାରକୁ ଭେଟିଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍। କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍।ଏହି ସମୟରେ ଝିଅର ମୃତ୍ୟୁ ଘଟଣାରେ ଏଯାବତ ନ୍ୟାୟ ମିଳିନି ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା। ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ୍ରେ ମୃତ୍ୟୁ ପରେ ତଦନ୍ତ ଆଗଉନି। ମମିତାଙ୍କ ପରିବାରର ଅଭିଯୋଗ ଶୁଣିବା ପରେ ଓଡ଼ିଶା ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବି କହିଲେ ବିଧାୟକ ଲକ୍ଷ୍ମଣ।
ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ଡାକ୍ତର ଗୋବିନ୍ଦକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ଯେ, ମୁଖ୍ୟ ଆସାମୀ ଏଯାଏଁ ଧରାହୋଇନାହିଁ। ତେଣୁ ସିବିଆଇ ତଦନ୍ତ ଦାବି ହୋଇଛି। ୨୦୨୧ ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ। କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର ଭିତରେ ହିଁ ମିମିତାଙ୍କୁ ହତ୍ୟା କରିଥିଲା ବୋଲି ସେ ନିଜେ କହିଥିଲା।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।