ମୋ ଟିଭି ଓଡିଶା / ପୁରୀ :
ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପ୍ରତିକ୍ରିୟା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ । ଏନେଇ ଗଠିତ ହେବ ସ୍ବତନ୍ତ୍ର କମିଟି । ସମସ୍ତ ଷ୍ଟେକ୍ ହୋଲ୍ଡର୍ ଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ରେଗୁଲେଟ କରାଯାଇପାରିବ ପଦକ୍ଷେପ ନିଆଯିବ । ପଣ୍ଡା ଦ୍ଵାର ଖୋଲିବା , ଜଗମୋହନ ତଳୁ ଅବରୋଧ ହଟିବା , ଆନନ୍ଦ ବଜାର ପଟୁ ବାଇଶି ପାହାଚ କୁ ପ୍ରସ୍ଥାନ ଗେଟ୍ ଖୋଲିବା ଉପରେ ହୋଇପାରେ ଆଲୋଚନା । ସେପଟେ ପୁରୀ ଏସପି ମଧ୍ୟ ଏ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଚାରି ଦିନ ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ଭିଡ ବଢ଼ିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି ।
ଏନେଇ ବ୍ୟାପକ ପୋଲିସ ମୁତୟନ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଆହୁରି ଶୃଙ୍ଖଳିତ ହେବାକୁ କିଛିଦିନ ସମୟ ଲାଗିବ । ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତ ମାନଙ୍କୁ ଧର୍ଯ୍ୟ ଓ ସଂଜମତା ରକ୍ଷା କରିବାକୁ ପଡ଼ିବ ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।