ମୋ ଟିଭି ଓଡିଶା / କଳାହାଣ୍ଡି (ସନତ ପ୍ରଧାନୀ) ୧୭/୦୬
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ଶବର ପଡା ଗ୍ରାମ ର ଜଣେ ବିବାହିତ ଯୁବକ କୃଷ୍ଣଚନ୍ଦ୍ର ଶବର(୪୮) ରବିବାର ରାତିରେ ଘାସ ମାରିବା ପାଇଁ ବ୍ୟବହାର କରୁଥିବା ବିଷ ପାନ କରି ଗୁରୁତର ହେବାରୁ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ତେବେ ଚିକିତ୍ସିତ ଅବସ୍ଥାରେ ଯୁବକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପରିବାର ଲୋକେ ଙ୍କୁ ପଚରାଉଚରା କରିଛି। ତେବେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି। ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଓ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ମହିଳା ପୋଲିସ ଅଧିକାରୀ ମମତା ଶବର ସୂଚନା ଦେଇଛନ୍ତି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ