ମୋ ଟିଭି ଓଡିଶା / କଳାହାଣ୍ଡି:୧୭/୦୬(ସନତ ପ୍ରଧାନୀ)
ଧର୍ମଗଡ ବିଧାନସଭା ରୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ଙ୍କୁ କୋକସରା ବ୍ଲକ ରେଙ୍ଗାଳପାଲି।ପଞ୍ଚାୟତ ପକ୍ଷରୁ ସୋମବାର ଡଙ୍ଗରିଗୁଡା ଗ୍ରାମ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପାତ୍ରଙ୍କ ସଭାପତିତ୍ୱରେ ବିଧାୟକ ଶ୍ରୀ ପାଟ୍ଟଯୋଶୀ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଭାବେ ବିଜେପି ନେତା ଗଣେଶ ନନ୍ଦ, ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ନାଏକ, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ କୃପାସିନ୍ଧୁ ପାତ୍ର, ରାଜ କିଶୋର ସାହୁ, କେତନ ପାତ୍ର, ନାଏବ ସରପଞ୍ଚ ଅଶୋକ ଭୋଇ, ଚତୁର୍ଭୁଜ ମାଝୀ, କେଦାର ନାଥ ମାଝୀ, ହୀରାଲାଲ ସରାଫ, ହେମନ୍ତ ଚଣ୍ଡି, ହେମନ୍ତ ନାଏକ, ମୁକୁନ୍ଦ ପଟ୍ଟନାୟକ, ଭାବଗ୍ରାହୀ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଧାୟକ ରେଙ୍ଗାଳପାଲି ପଞ୍ଚାୟତରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ସରପଞ୍ଚ ଙ୍କ ସହ ଆଲୋଚନା କରିବା ସହ ଆଗାମୀ ଦିନରେ ସବୁ ସମସ୍ୟାର ସମାଧାନ କରିବାକୁ କହିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବାନ ପାଣିଗ୍ରାହୀ ମଞ୍ଚ ପରିଚଲାନା କରିଥିଲେ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ