ମୋ ଟିଭି ଓଡିଶା / ଭୁବନେଶ୍ୱର :
ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମିଶନ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି। ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ସାଲିନୀ ପଣ୍ଡିତ ଏବଂ ମିଶନ ଶକ୍ତି ନିର୍ଦ୍ଦେଶିକ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଭାତି ପରିଡା କହିଛନ୍ତି ଯେ ମିଶନ ଶକ୍ତି ଗୋଟିଏ ମାଇକ୍ରୋ ସରକାର। ମିଶନ ଶକ୍ତି ଯଦି ଠିକ୍ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ୱରୂପ ହେବ। ଓଡ଼ିଶାର ଅର୍ଥନୀତି, ସାମାଜିକ ସ୍ଥିତି, ମହିଳାଙ୍କ ଅବସ୍ଥିତିର ଦ୍ରୁତ ଗତିରେ ବିକାଶ ହେବ ଶହେ ଦିନ ଭିତରେ ଏହା ଦେଖିପାରିବେ। ସେପଟେ କ୍ରୀଡାମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୁରଜ ଦାୟିତ୍ୱ ନେବା ପରେ କ୍ରୀଡା ବିଭାଗର ସମୀକ୍ଷା କରିଛନ୍ତି। ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।
ମିଶନ ଶକ୍ତି ମହିଳା ଙ୍କୁ ସ୍ବାବଲମ୍ବୀ କରିଛି । ଏଇ ମିଶନ ଶକ୍ତି ଜରିଆ ରେ ବହୁ ମହିଳା ବିଭିନ୍ନ କ୍ଷେତ୍ର ରେ ଉନ୍ନତି କରିଛନ୍ତି । 25 ବର୍ଷ ପୂର୍ବ ର ମହିଳା ଆଉ ଏବେ ର ମହିଳା ଙ୍କ ଭିତରେ ବହୁ ଉନ୍ନତି ହେଇଛି । But ଗୋଟିଏ କଥା ଦୁର୍ନୀତି ବହୁତ୍ ହଉଛି । ସେଥିପାଇଁ ଜିଲ୍ଲା ସ୍ତରୀୟ team କରାଯାଉ । ତଦାରଖ ନେବେ । ପଛ ବର୍ଗ ର ମହିଳା ବହୁ ପଛ ରେ ରହି ଯାଇଛନ୍ତି । ସେମାନଙ୍କୁ ସବୁ ସୁବିଧା ଆବଶ୍ୟକ ।