MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ତ୍ତ ବିଭାଗରେ ଚାକିରି ସୁଯୋଗ !

ନବ ନିଯୁକ୍ତ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ତ୍ତ ବିଭାଗ ଏବଂ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ । ବିଭାଗର କାର୍ଯ୍ୟ ଓ ବିଗତ ୫ ବର୍ଷରେ କାର୍ଯ୍ୟ ସଫଳତା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉପସ୍ଥାପନ କରିଛନ୍ତି । ମନ୍ତ୍ରୀ ବିଭାଗ ଦ୍ୱାରା ପ୍ରସ୍ତାବିତ ଆଗାମୀ ଦିନରେ କାର୍ଯ୍ୟ ଯୋଜନା, ନିର୍ମାଣାଧିନ ପ୍ରମୁଖ ରାସ୍ତା କାମ, ବିଭିନ୍ନ ସେତୁ ନିର୍ମାଣ କାର୍ଯ୍ୟ, କୋଠା ନିର୍ମାଣ କାର୍ଯ୍ୟ ଓ ପ୍ରକଳ୍ପ ଆଦିର ଅଗ୍ରଗତି ସଂପର୍କରେ ଅବଗତ ହୋଇଛନ୍ତି ।

ଏହି ବୈଠକରେ ଅଧିକାରୀଙ୍କ ସହ ଆଲୋଟନା କରିବା ସହ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାରେ ଯେଉଁ ସବୁ ସମସ୍ୟା ରହୁଛି ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ମନ୍ତ୍ରୀ ବୁଝିଛନ୍ତି । ଏହା ସହିତ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟ ଆଗକୁ ତ୍ୱରାନ୍ୱିତ ହୋଇପାରିବ ସେ ସଂପର୍କରେ ମନ୍ତ୍ରୀ ବିଭାଗୀୟ ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ମନ୍ତ୍ରୀ ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, “ଆଗାମୀ ଦିନରେ ବିକଶିତ ଓଡିଶା ଗଠନର ସ୍ୱପ୍ନ ରହିଛି । ତାହାକୁ ପୂରଣ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇ କାର୍ଯ୍ୟାନ୍ୱୟନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ।”

ବୈଠକରେ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ବିଭାଗରେ କ୍ୱାଲିଟି କଣ୍ଟ୍ରୋଲ ଲ୍ୟାବ ସ୍ଥାପନ, ମାନବ ସଂବଳ କ୍ଷମତା ବୃଦ୍ଧି ପାଇଁ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଛନ୍ତି, “ଅଧୂନା ବୈଷୟିକ ଜ୍ଞାନ କୌଶଳର ଦ୍ରୁତ ପରିବର୍ତ୍ତନ ଘଟୁଛି । ତାହାକୁ ଆପଣେଇବାକୁ ପଡିବ । ଆମେ ଆମର କାର୍ଯ୍ୟଧାରାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ମଧ୍ୟ ରହିଛି । ବିଭାଗର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ।” ବୈଠକରେ ଓବିସିସି ଦ୍ୱାରା ପ୍ରମୁଖ କାର୍ଯ୍ୟ, ସେତୁ, ଐତିହ୍ୟ ପ୍ରକଳ୍ପ, ବିଗତ ବର୍ଷ ସମେତ ଗତ ୩ ବର୍ଷରେ ପ୍ରମୁଖ ସଫଳତା ଆଦି ସଂପର୍କରେ ଆଲୋକପାତ କରାଯାଇଛି । ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।