ମୋ ଟିଭି ଓଡିଶା / କଳାହାଣ୍ଡି:୧୯/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଆଇଁଲି ଗ୍ରାମର ଦିଶାରି ପଡ଼ା ଛକ ଠାରୁ ଦିଶାରି ପଡ଼ା ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଛି। ବର୍ଷା ଦିନରେ ପଡ଼ାବାସି ଓ ସ୍କୁଲ କୁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଣ୍ଠୁଏ କାଦୁଅ ପାରହୋଇ ନିଜର କର୍ମ ଗନ୍ତବ୍ୟ ସ୍ଥଳ,ବିଦ୍ୟାଲୟ ଓ ସ୍ଵାସ୍ଥ୍ୟ କେନ୍ଦ୍ର ଯିବାକୁ ପଡ଼ିଥାଏ। ଏହି ରାସ୍ତାର ଉନ୍ନତିକରଣ ପାଇଁ ଦୀର୍ଘ ୨୫ ବର୍ଷରୁ ଅଧିକ ହେବ ବାରମ୍ୱାର ଗ୍ରାମ ପଞ୍ଚାୟତ ଅଧିକାରୀ ଙ୍କୁ ଅବଗତ କରାଉଥିବା ସତ୍ତ୍ୱେ ମଧ୍ୟ ଅଣ ଦେଖା କରି ଆସୁଛନ୍ତି।

ଏଣୁ ବୁଧବାର ଦିନ ସମାଜ ସେବି ପ୍ରଧାନି ବାଗଙ୍କ ନେତୃତ୍ଵରେ ଆଇଁଲି ଗ୍ରାମର ଦିଶାରି ପଡ଼ା ଛକ ଠାରୁ ଦିଶାରି ପଡ଼ା ପର୍ଯ୍ୟନ୍ତ ପକ୍କାରାସ୍ତାର ବ୍ୟବସ୍ଥା ଓ ଦିର୍ଘ ଦିନରୁ ଲଡୁଗାଁ ଗ୍ରାମକୁ ପାଇପ ମାଧ୍ୟମ ରେ ପିଇବା ପାଣି ବ୍ୟବସ୍ଥା ଠପ୍ ହୋଇ ଥିବାରୁ କୋକସରା ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ନେହାପ୍ରଭା ମାଝୀ ଙ୍କୁ ସାକ୍ଷାତ କରି ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର କରିବା ନିମନ୍ତେ ଅବଗତ କରିଥିଲେ। ଏହାର ସମାଧାନ ଶୀଘ୍ର କରିବା ପାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ନେହାପ୍ରଭା ମାଝୀ ଗ୍ରାମବାସି ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ପତ୍ର ଦେବା ସମୟରେ ଚନ୍ଦ୍ରିକା ମାଝୀ, ଜନେକ ଦିଶାରି, ଡାଳିମ୍ବ ମାଝୀ, ଜୟମନି ମାଝୀ, ଜୟନ୍ତି ମାଝୀ, ବରୁଣ ରାଉତ, ତିଳତମା ମାଝୀ, ରଏନି ଶବର, ଜ୍ୟୋସ୍ନା ଶବର, ଭବାନୀ ମାଝୀ, ଗୋଲାପ ମାଝୀ, ଫାଲଗୁନି ବାଣୁଆ ଓ ଜିତେନ୍ଦ୍ର ଶବର ପ୍ରମୁଖ ଉପସ୍ଥିତ ଥିଲେ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ