ଖୋର୍ଦ୍ଧା – ୯.୪ – ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଓଳସିଂହ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ଐତିହାସିକ ବାରଦୋଳ ଯାତ୍ରା lଚଳିତବର୍ଷ ମହାସମାରୋହରେ ଅନୁଷ୍ଠିତ ହେଉଛି ଦୋଳଯାତ୍ରା।ବାରଦୋଳ ଯାତ୍ରାରେ ୪୦ଟି ଗ୍ରାମର ଠାକୁର ଠାକୁରାଣୀ ଦୋଳ ମଣ୍ଡପରେ ବିଜେ ହୋଇଛନ୍ତି।ବାରଦୋଳ ଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି l
ବିଳମ୍ବିତ ରାତିରେ ଗ୍ରାମ ଠାକୁର ଠାକୁରାଣୀ ମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପାରିକ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି, ପକାଇ ନାଗା,ପରି କଳ,ଘୋଡାନୃତ୍ୟ,ବାଘ ନୃତ୍ୟ, ନୃତ୍ୟ କରି ଦୋଳ ମଣ୍ଡପରେ ବିଜେ ହୋଇଥାନ୍ତି।ଦୋଳପଡିଆକୁ ଠାକୁର ଆସିବା ପରେ ଦୋଳ ପଡିଆ ହୋଇଥାଏ ଉତ୍ସବ ମୁଖର। ତିନିଦିନ ଧରି ଦୋଳ ପଡିଆରେ ଯାତ୍ରା ଅନୁଷ୍ଠିତ ହୋଇଛି।
ଦେଖନ୍ତୁ ଏ ହେଉଛି ଐତିହାସିକ ପ୍ରସିଦ୍ଧ ଓଳସିଂହ ବାରଦୋଳ ଯାତ୍ରା।ରଂଗବେରଗଂର ଆଲୋକ ମାଳାରେ ସଜେଇ ହୋଇଛି ଦୋଳପଡିଆ ଦୋଳବେଦୀରେ ଦୋଳବିମାନରେ ବିରାଜ ମାନ କରିଛନ୍ତି ଠାକୁର ଠାକୁରାଣୀ। ଏହି ଦୋଳଯାତ୍ରା ୧୯୩୨ମସିହାରୁ ଅନୁଷ୍ଠିତ ହୋଇ ଆସୁଛି।ଛଣଗିରି ଗ୍ରାମଠାରୁ ଓଳସିଂହ ଗ୍ରାମ ଅଲଗା ହେବା ପର ଠାରୁ ଯାତ୍ରା ହେଉଛି।ଏହି ବାରଦୋଳ ଯାତ୍ରା ୯୨ବର୍ଷ ରେ ପଦାର୍ପଣ କରିଛି।ଗାଦିବ୍ରହ୍ମ ଗିରିଧାରୀ ଦେବ ଦୋଳଯାତ୍ରା ର ସ୍ଥାନାଧିପଡି।ଦୋଳଯାତ୍ରା ରେ ନିମନ୍ତ୍ରିତ ହୋଇ ଆସିଥାନ୍ତି ୪୦ଦେବାଦେବୀ।ତିନିଦିନ ଧରି ଯାତ୍ରା ମହାଆଡମ୍ବରରେ ହୋଇଥାଏ।
ଗାଁ କମିଟିର ସଦସ୍ୟ ଓ ଗ୍ରାମର ଯୁବକ ମାନଙ୍କ ସହଯୋଗ ଓ ପରିଚାଳନା ଦାୟିତ୍ୱ ରେ ରହି ଗାଁ ର ମୁରବି ଶ୍ରେଣୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହି ସୁରୁଖୁରୁରେ ଯାତ୍ରା କରିଥାନ୍ତି। ଚଳିତ ବର୍ଷ ପାଗ ଅନୁକୂଳ ହୋଇନଥିବାରୁ ଟିକେ ଭିଡ କମିଛି ତଥାପି ଯାତ୍ରା ମହାସମାରୋହରେ ହେଉଥିବା ରୁ ଗ୍ରାମବାସୀ ବେଶ ଖୁସିଥିବା କହିଛନ୍ତି।ଏହି ଯାତ୍ରା ଭାଇଚାରାର ଯାତ୍ରା ବୋଲି କେତେକ ମତବ୍ୟକ୍ତ କରିଛନ୍ତି।
ତିନିଦିନ ଯାତ୍ରା ହେଉଥିବା ରୁ ଦୋଳଯାତ୍ରା ପଡିଆରେ ଅନେକ ଦୋକାନ ବଜାର ପଡିଛି।ଭକ୍ତ ଶ୍ରଦ୍ଧାଳୁ ମାନେ ଯାତ୍ରା ବୁଲାବୁଲି କରି ଠାକୁରଙ୍କୁ ଦର୍ଶନ କରି ଦୋଳଯାତ୍ରା ପଡିଆରେ ପଡିଥିବା ଦୋକାନ କିଣାକିଣି କରୁଥିବା ଦେଖିବାକୁ ମିଳିଛି।ଚଳିତ ବର୍ଷ କାଳବୈଶାଖି ପ୍ରଭାବରେ ସାମାନ୍ୟ ବର୍ଷା ହୋଇଥିଲା ବେଳେ ଯାତ୍ରା ପଡିଆରେ ପ୍ରବଳ ଗହଳି ଲାଗିଛି ଲୋକମାନେ ଆନନ୍ଦରେ ବୁଲାବୁଲି କରୁଛନ୍ତି।ଯାତ୍ରାରେ ବେପାରୀ ମାନଙ୍କର ଭଲ ବ୍ୟବସାୟ ହେଉଥିବା ପ୍ରକାଶ କରିଛନ୍ତି।ସେପଟେ ଦୋଳ କମିଟିର ନୀତିନିୟମ ଅଲଗା ଯାତ୍ରାକୁ ନେଇ ଗଣ୍ଡଗୋଳ କିମ୍ବା କୈ।ଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସମସ୍ତ ଦାୟିତ୍ୱ ଦୋଳ କମିଟି ସୁଚାରୁରୂପେ ଦାୟିତ୍ୱ ସଂମ୍ପାଦନ କରୁଥିବା ରୁ ଆଖପାଖ ଅଂଚଳର ଝିଅ ବୋହୁମାନେ ବିଶେଷ ଭାବରେ ଏଠାକୁ ନିର୍ଭୟ ରେ ଦୋଳଯାତ୍ରା ଦେଖିବାକୁ ଆସିଥାନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ